November 18, 2025

Sabubarga Khabar

All category news

ଓଡିଶା ଅଣଗେଜେଟେଡ ବନ ସେବା ସଂଘ,କୋରାପୁଟର ସାଧାରଣଅଧିବେଶନ

କୋରାପୁଟ ୧୨/୧୨(ସଖପ୍ର): ଓଡିଶା ଅଣଗେଜେଟେଡ ବନ ସେବା ସଂଘ କୋରାପୁଟ ଜୋନର ୪୭ ତମ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜୋନ ସଭାପତି ମନୋରଞ୍ଜନ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ଜୟପୁର ବନଖଣ୍ଡ ଅଧିକାରୀ ଏନଏସ.କେ.ପି.ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କୋରାପୁଟ ଜୋନ ସଂପାଦକ ଅରୁଣ କୁମାର ଜେନା ସଂପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ ।କୋରାପୁଟ ଓ ଜୟପୁର ଡିଭିଜନରେ ଏକ ଏସଏସଏଫ ଗଠନ କରିବାକୁ ଦାବି କରାଯାଇଥିବା ବେଳେ ଏସଓପି ଜାରି କରିବା ,ମଙ୍ଗଳ ପାଣ୍ଠି ଗଠନ , ୧୫ ଟି ସର୍କଲ ଗଠନ ,ଜଣେ ବନରକ୍ଷୀଙ୍କୁ ଗୋଟିଏ ଏମଜିନରେଗା କାର୍ଯ୍ୟ ପ୍ରଦାନ ପ୍ରମୁଖ ୯ ଗୋଟି ଦାବି ଉପସ୍ଥାପନା କରାଯାଇଥିଲେ ।ଜୟପୁର କେନ୍ଦୁପତ୍ର ଡିଭିଜନର ଅଧିକାରୀ ଦେବବ୍ରତ ପଟନାୟକ , ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ,ସାଧାରଣ ସଂପାଦକ ଦିଲିପ ମିଶ୍ର ,କୋଷାଧ୍ୟକ୍ଷ କମଳାକାନ୍ତ ଶ୍ରୀଚନ୍ଦନ,ଉପସଭାପତି ଭବାନୀ ଶଙ୍କର ପରିଛା,ଯୁଗ୍ମ ସଂପାଦକ ରବିନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଅଧିବେଶନରେ କୋରାପୁଟ,ଜୟପୁର ,ମାଲାକାନଗିରି,ରାୟଗଡା ,ନବରଙ୍ଗପୁର,ପାରାଲାଖେମୁଣ୍ଡି ଓ କଳାହାଣ୍ଡି ଶାଖାର କର୍ମକର୍ତାମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଏସ.ଆନନ୍ଦ ରାଓ ପରିଚାଳନା କରିଥିଲେ ।ସଭା ପରେ କୋରାପୁଟ ଜୋନର କର୍ମକର୍ତା ନିର୍ବାଚନ ହୋଇଥିଲା ।ମନୋଜ କୁମାର ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସନ୍ତୋଷ କୁମାର ସାହୁ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ ।ତ୍ରୀପତି ବାଲାଜି ସାହୁ (ଉପସଭାପତି)ଗୈାତମ କୁମାର ସ୍ୱାଇଁ(ଯୁଗ୍ମ ସଂପାଦକ),ଅରୁଣ କୁମାର ସାହୁ(ସହାୟକ ସଂପାଦକ) ଏବଂ ଶଶାଙ୍ଗ ଶେଖର ମହାରଣା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.