11/10/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶାର ୩୧୪ ଟି ବ୍ଳକକୁ ପଦଯାତ୍ରା କରିଥିବା ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ମାଲକାନଗିରି ଜିଲ୍ଲାରେ

ମାଲକାନଗିରି (ସ.ଖ.ପ୍ର ): ଓଡିଶାର ୩୦ଟି ଜିଲ୍ଲାର ୩୧୪ ଟି ବ୍ଳକକୁ ପଦଯାତ୍ରା ଆରମ୍ଭ କରିଥିବା ଜନସଚେତନତା ମଞ୍ଚ ର ଆବାହକ ସତ୍ୟବ୍ରତ ଦାସ ମାଲକାନଗିର ଜିଲ୍ଲା ତଥା ଓଡିଶାର ଶେଷ ସିମାନ୍ତ ରେ ଥିବା କାଲିମେଳା ବ୍ଲକରେ ସୋମବାର ସକାଳ ୧୦ଟା ସମୟରେ ଆସି ପହଚିଛନ୍ତି ସେ କାଲିମେଳାକୁ ମିଶାଇ ବର୍ତମାନ ସୁଦ୍ଧା ୨୨୩ ଗୋଟି ବ୍ଲକକୁ ପଦଯାତ୍ରା କରିସାରିଥିବା ବେଳେ ଏଥିପାଇଁ ତାଙ୍କୁ ପ୍ରାୟ ୬ ହଜାର ୫ ଶହ କିଲୋମିଟର ରାସ୍ତା ଅତିକ୍ରମ କରି ବାକୁ ପଡିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି ।ସତ୍ୟବ୍ରତ ଦାସଙ୍କ ଘର ଜଗତସିଂପୁର ଜିଲ୍ଲା ବାଲିକୁଦ ଅଂଚଳରେ ହୋଇଥିବା ବେଳେ ସେ ଗତ ୧୦ ଜୁଲାଇ ୨୦୧୯ରେ ତାଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲାରୁ ଆରମ୍ଭ କରିଥିଲେ ଆଜି କାଲିମେଳା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାଲିମେଳାବାସୀ ଙ୍କ ତରଫରୁ ତାଙ୍କୁ ସ୍ଵାଗତ କରାଯିବା ସହ ଏଥିପାଇଁ ଆଣିଥିବା ଏକ ଦାବିପତ୍ରକୁ ବିଡିଓ ଉମାଶଙ୍କର ଦଳାଇଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ବ୍ଲକ ଅଧ୍ୟକ୍ଷ ମାଲା ମାଢି , ତହସିଲଦାର ଆଲୋକ କୁମାର ଅନୁଗୁଳିଆ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ଅଂଚଳବାସୀ ମାନେ ଉପସ୍ଥିତ ରହିଥିଲେ । ଜୟ ମାଲକାନଗିରି ଗୃପର ସଦସ୍ୟ ମାନେ ତାଙ୍କୁ ସମସ୍ତ ସାହାର୍ଯ୍ୟ ସହଯୋଗ କରିଥିଲେ |ସତ୍ୟବ୍ରତ ଦାସଙ୍କ ମୁଖ୍ୟ ଦାବି ରହିଛି ଯେ ଓଡିଶା ଏକ ଏଭଳି ରାଜ୍ୟ ଯାହାକି ପ୍ରତ୍ୟକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥିପାଇ ରାଜ୍ୟରେ ବହୁ କ୍ଷତି ଘଟୁଛି ତେଣୁ ରାଜ୍ୟକୁ ସ୍ଵତନ୍ତ୍ର ପାହା ପ୍ରଦାନ କଲେ ଏଠାରେ ବସବାସ କରୁଥିବା ସାଧାରଣ ଲୋକମାନେ ଉପକୃତ ହୋଇପାରିବେ| ଦ୍ବିତୀୟରେ ମହାନଦୀ ଜଳ ସମସ୍ୟା କୁ ଯଥାଶୀଘ୍ର ସମାଧାନ କରାଯାଉ ବୋଲି ତାଙ୍କର ଦାବି ରହିଛି । ଏଥିସହ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ଏକ ବଡ ଅଂଶ ଜଳମଗ୍ନ ହେବା ସହ ବହୁ ଆଦିବାସୀ ଲୋକ ବାସହରା ହୋଇଯିବେ ତେଣୁ ଏହାକୁ ବନ୍ଦ କରିବାକୁ ଦାବି ଜଣାଇଥିଲେ |ଅଞ୍ଚଳବାସୀ ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *