ଓଡିଶାର ପ୍ରଥମ ବାଚସ୍ପତିଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ବାଲେଶ୍ବର,୭/୧୧–(ସଖପ୍ର) ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା କଲେଜ ନିକଟସ୍ଥ ଏଭିଏମ ସ୍କୁଲ ପରିସରରେ ଓଡ଼ିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କର ୫୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିର ଆବାହକ ଅଭିରାମ ମହାପାତ୍ରଙ୍କ ଆବାହକତ୍ବରେ । ଶ୍ରୀ ମହାପାତ୍ର ମଧ୍ଯ ସ୍ବାଗତ ଅଭିଭାଷଣ ଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବାଲେଶ୍ବର ଜିଲ୍ଲା ବ୍ରାହ୍ମଣ ସମିତିର ଉପସଭାପତି କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ପଣ୍ଡିତ ବୁନ୍ଧିରାମ ପାଣିଗ୍ରାହୀ, ଏଭିଏମ ସ୍କୁଲର ପ୍ରଧାନ ଶିକ୍ଷକ ବିନୟ କୁମାର ଶଙ୍ଖୁଆ,ପ୍ରତିଭା ପରିବାରର ସଭାପତି ଚିନ୍ତାମଣି ସାହାଣୀ, ପ୍ରମୋଦ କୁମାର ମହାନ୍ତି, ପଣ୍ଡିତ କୈଳାସ ଚନ୍ଦ୍ର ପୃଷ୍ଟି, ଗଗନ ବିହାରୀ ପଣ୍ଡା, ଡମ୍ବରୁଧର ମହାନ୍ତି ପ୍ରମୁଖ ଯୋଗଦେଇ ଖଇରା ଭଳି ପଛୁଆ ଅଞ୍ଚଳର ଶିକ୍ଷିତ ଯୁବକ ମୁକୁନ୍ଦ ପ୍ରସାଦ ଦାସ ବିଧାନସଭାର ପ୍ରଥମ ବାଚସ୍ପତି ପଦ ଗ୍ରହଣ କରିବା ଆମ ପାଇଁ ଗୌରବ ବୋଲି ପ୍ରକାଶ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବସମାଜକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ ସହିତ ବେଦପାଠ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ଙ୍କୁ ଖାତା,କଲମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ଯକ୍ରମକୁ ବିଦ୍ୟାଳୟର ପରିଚାଳକ ଶଶାଙ୍କ ଶେଖର ପତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ସେହିପରି ବାଚସ୍ପତିଙ୍କ ବାସସ୍ଥାନ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଗଣ୍ଡିବେଡ ନିକଟସ୍ଥ ପାର୍ବତୀପୁର ଗ୍ରାମରେ ମଧ୍ୟ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା । ଶେଷରେ ଧନ୍ୟବାଦ ପରେ ସଭାସାଙ୍ଗ ହୋଇଥିଲା ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ