11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶାରୁ ଖସି ଯାଇଛି ପାଚିପେଣ୍ଠ,ପୁଣି ଖସି ଯାଇ ପାରେ କୋଟିଆ

କୋରାପୁଟ (ସଖପ୍ର) : ଓଡିଶା ତଥା କୋରାପୁଟ ପ୍ରତି ବିଶେଷ ଆନ୍ତରିକତା ଓ ମାଟି ମାଆ ପ୍ରୀତି ପ୍ରକାଶ କରି ଆଜି ଆଦିବାସୀ ସଂଗ୍ରହାଳୟ କୋରାପୁଟ ଠାରେ ପୂର୍ବତନ ଜିଲ୍ଲାପାଳ ତଥା ବରିଷ୍ଠ ନାଗରିକ ଗଦାଧର ପରିଡା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଏକ ତିନି ଦଫା ଦାବି ଥିବା ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆନ୍ଧ୍ରର ଅନୁପ୍ରବେଶ ଓ ମନମୁଖୀ ମନୋଭାବ ଯୋଗୁଁ ପୂର୍ବରୁ ଓଡ଼ିଶାର ଥିବା ପାଚିପେଣ୍ଠ ଓ ବୋରାମୁଠା ପରି ଦୁଇ ଜମିଦାରୀ ହାତରୁ ଯାଇଥିବାବେଳେ କୋଟିଆ ମଧ୍ୟ ସମାନ ଉପାୟରେ ନେଇଯିବ କି ଆନ୍ଧ୍ର ବୋଲି ପ୍ରଶ୍ନ କରିଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ୧୯୩୬ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ପ୍ରିଭି କାଉନସିଲ ଦର୍ଶାଇଥିଲେ ଯେ ୧୯୩୪ରେ ଇଂରେଜଙ୍କ ସମୟରେ ହାଇକୋର୍ଟରେ ଏହା ଓଡ଼ିଶାର ରହିବ ବୋଲି ନିର୍ଦ୍ଦେଶ ରହିଥିଲା । ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ସାମ୍ବିଧାନିକ ଭାବେ ଓଡ଼ିଶା ଅଧିନରେ ରହିଥିବାରୁ ଜୟପୁର ଜମିଦାରୀ ଅଧୀନରେ ରହିଥିବା ସମସ୍ତ ଜମି ଯେପରି ପାଚିପେଣ୍ଠା ଜମିଦାରୀ ମଧ୍ୟ ଓଡ଼ିଶା ଅଧୀନରେ ରହିଥିବା କଥା। କିନ୍ତୁ କାହିଁକି ଏହି ତହସିଲ ସାଲୁର ମଣ୍ଡଳ ଅଧୀନରେ ରହିଛି। ଏ ନେଇ ଓଡ଼ିଶାର ସରକାର ବିଗତବର୍ଷ ଗୁଡିକରେ କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ଓଡିଶାରେ ବହୁ ସରକାର ଆସିଛନ୍ତି କିନ୍ତୁ ଆନ୍ଧ୍ରର ଅନୁପ୍ରବେଶ ଓ ମନମୁଖୀ ମନୋଭାବ ବିରୁଦ୍ଧରେ କେହି ସ୍ୱର ଉତୋଳନ କରିନାହାନ୍ତି । ତେଣୁ ଆନ୍ଧ୍ର ଜୋର ଜବରଦସ୍ତ ଓଡିଶାର ପାଚିପେଣ୍ଠା, ବୋରାମୁଠାକୁ ନେଇ ଯାଇଛନ୍ତି ।ଏବେ କୋଟିଆ ନେବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିବା ବେଳେ ବିଭିନ୍ନ ଷଡଯନ୍ତ୍ର କରି କୋଟିଆ ମଧ୍ୟରେ ପ୍ରବେଶ କରୁଥିବା ସେ କହିଛନ୍ତି ।

କୋରାପୁଟରୁ ଗଜେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *