01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଶା ସାମ୍ବାଦିକ ସଂଘ ସଭାପତି ସ୍ବର୍ଗତ ପ୍ରଭାତ ଦାସଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ବୋରିଗୁମ୍ମା (ସଖପ୍ର)– ଓଡିଶା ସାମ୍ବାଦିକ ସଂଘର ସଭାପତି ତଥା ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟଙ୍କ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଓଡିଶା ସାମ୍ବାଦିକ ସଂଘ କୋରାପୁଟ ଶାଖା ପକ୍ଷରୁ କୋରାପୁଟ ଜିଲ୍ଲା ସଂଘ ସଭାପତି କେ.ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ଜୟପୁର ସ୍ଥିତ ଷ୍ଟାଡିୟମ ଠାରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ପ୍ରଭାତ ଦାସ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ପରେ ଶୋକ ସଭା ହୋଇଥିଲା। ବରିଷ୍ଠ ସାମ୍ବାଦିକ ଭାସ୍କର ରାଓ ସ୍ବର୍ଗତ ପ୍ରଭାତ ଦାସଙ୍କ ସ୍ମୃତି ଚାରଣ କରିଥିଲେ। ଓଡିଶା ସାମ୍ବାଦିକ ସଂଘର ସଭାପତି ଭାବେ ସୁଚାରୁ ରୂପେ ଦାୟିତ୍ଵ ତୁଲାଇ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ। କୋରାପୁଟ ଜିଲ୍ଲା ସଭାପତି କେ.ଶ୍ରୀନିବାସ ରାଓ ସ୍ବର୍ଗତ ଦାସଙ୍କ ସହ ବିତାଇଥିବା ଦିନ ଗୁଡିକୁ ମନେ ପକାଇ କାନ୍ଦି ପକାଇଥିଲେ। ସାମ୍ବାଦିକ ମାନଙ୍କ ସ୍ଵାର୍ଥ ନିମନ୍ତେ ସେ ସରକାର ପାଖରେ ବାରମ୍ବାର ଦାବୀ ଜଣାଇଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶାର ସାମ୍ବାଦିକ ମାନେ ସ୍ୱାସ୍ଥ୍ୟ ବୀମା ପାଇ ପାରିଛନ୍ତି। ଆଜିର ଶୋକ ସଭାରେ ସଂଘ ଜିଲ୍ଲା ସମ୍ପାଦକ ରବି ମହାପାତ୍ର, କୋଷାଧ୍ୟକ୍ଷ କେ.ସାକିଲି ଦୋରା, ଗୌରୀ ପ୍ରସାଦ ପଟ୍ଟନାୟକ, ଟି.ଗୌରୀ ଶଙ୍କର, ସରୋଜ ଲେଙ୍କା, ଚନ୍ଦ୍ରକାନ୍ତ ସୁତାର, ପରମେଶ୍ୱର ରାଓ, ଦୟାନିଧି ପଟ୍ଟନାୟକ, ରାଜେନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *