02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଶା ଆଜି ବି ଝୁରେ ଉତ୍କଳମଣି ଗୋପବନ୍ଧୁଙ୍କୁ

ପୁରୀ: ଉତ୍କଳମାତାର ଯେଉଁ କେତେଜଣ ଯୋଗ୍ୟତମ ସନ୍ତାନ ଆଜୀବନ ଦେଶ ଓ ଯଶ ପାଇଁଁ ନିଷ୍ଠାର ସହିତ ଆତ୍ମତ୍ସର୍ଗ କରି ଅମର ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଉତ୍କଳମଣି ଗୋପବନ୍ଧୁ ଅନ୍ୟତମ । ସେ ପୁରୀ ଜିଲ୍ଲାର ସୁଆଣ୍ଡୋ ଏକ କ୍ଷୁଦ୍ର ଓ ଅନାଦୃତ ଗ୍ରାମରେ ଜନ୍ମଗ୍ରହଣ କରି ନିଜର ପ୍ରତିଷ୍ଠା ଓ ପ୍ରତିଭା ବଳରେ ହୋଇପାରିଥିଲେ ବିଶ୍ୱବନ୍ଦିତ । ଏହି ମହାମାନବଙ୍କର ବ୍ୟକ୍ତିତ୍ଵ ଥିଲା ନୈସର୍ଗିକ, ସ୍ମର, ଶୁବ୍ର ଓ ଜ୍ୟୋତିର୍ମୟ । ସେ ଥିଲେ ବହୁମୁଖି ପ୍ରତିଭାର ପ୍ରତୀକ ଏବଂ ଭିନ୍ନମୁଖି ପ୍ରଥର ପ୍ରତିଶୁ ତାଙ୍କ ପାଖରେ ଥିଲା ବ୍ୟକ୍ତି ସ୍ବାର୍ଥ ଥିଲା ତୁଚ୍ଛ, ଦୁଃଖ, ନିଷ୍ଠା, ସେବା, ତ୍ୟାଗ, ସାଧନା ଓ ମାନବିକତାର ବ୍ରତରେ ବ୍ରତୀ, ଭାଷା ସାହିତ୍ୟ, ସଂସ୍କୃତି, କଳା, ସ୍ଵାଧୀନତା ସଂଗ୍ରାମ ଓ ସାମ୍ବାଦିକତା କୁ ଋତିମନ୍ତ ଓ ସମୃଦ୍ଧ କରିବା ପାଇଁଁ ଯିଏ ନିଜକୁ ଆକୁଣ୍ଠ ସମର୍ତି ଦେଇପାରନ୍ତି ଓ ସରିତା ଭଳି ନିଜେ ଜଳି ଜଳି ଅନ୍ୟକୁ ଆଲୋକିତ ଓ ଉତ୍ପତିତ କରିବା ଯାହାର ଧର୍ମ ଓ କର୍ମ ସେ ହୁଅନ୍ତି ଅକ୍ଷୟ ଓ ଅମର ଜନମାନତ ପଟରେ ପାଲଟି ଯାଆନ୍ତି ଜାତିପ୍ରାଣ ଯାତିଶିନ୍ଧୁ। ତାଙ୍କର ନିଷ୍କଳଙ୍କ ଓ ସୁମହାନ ବ୍ୟକ୍ତିତ୍ଵ, ଜାତୀୟତା, ସ୍ଵଦେଶପ୍ରିତି, ଆକଷଚୁମ୍ବି ଚିନ୍ତାଧାରା, ସମୁନତ ବିଶ୍ଵଦୃଷ୍ଟି କୋଣ ପ୍ରତିଟି ଲେଖା, କର୍ମରେ ଏବଂ ସାମ୍ବାଦିକତାରେ ସ୍ପଷ୍ଟ ପ୍ରମାଣିତ । ବର୍ତ୍ତମାନ ସମୟର ଘୋର ବିପଦ ସମୟରେ କରୋନାରୂପକ ମହାମାରୀର ସମ୍ମୁଖୀନ ହେବା ସମୟରେ ଓଡ଼ିଆଜାତିର କଣ୍ଠରେ ପ୍ରତିଧ୍ଵନିତ ହୁଏ,
ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,
ପୁରୁ ତହିଁରେ ମୋର ମାଂସହାଡ଼ ।
( ସତ୍ୟବାଦୀ ଦାସ )
ଶିକ୍ଷକ ସତ୍ୟବାଦୀ ହାଇ ସ୍କୁଲ,

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *