ଓଡ଼ିଶାର ସର୍ବ ପୁରାତନ କଟକ ବାର୍ ଆସୋସିଏସନ୍ ପରିସରରେ ୭୫ତମ ସ୍ଵାଧୀନତା ଦିବସ ପାଳିତ

କଟକ (ସଖପ୍ର): ଆଜି ପଚସ୍ତରିତମ ସ୍ଵାଧୀନତା ଦିବସ ଓଡ଼ିଶାର ସର୍ବ ପୁରାତନ କଟକ ବାର୍ ଆସୋସିଏସନ୍ ପରିସରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି। ଏଥିରେ କଟକ ବାର୍ ଆସୋସିଏସନ୍ର ସଭାପତି ଶ୍ରୀଯୁକ୍ତ ବିବେକାନନ୍ଦ ଭୂୟାଁ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ଦେଶ ଗଠନରେ ଆଇନଜୀବୀ ମାନଙ୍କ ଭୂମିକା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ବାର୍ ଆସୋସିଏସନ୍ ପରିସରରେ ମଧୁବାବୁଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ବିଷୟରେ ସମସ୍ତଙ୍କ ସହଯୋଗ ଆଶା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଟକ ବାର୍ ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱଜିତ୍ ମହାପାତ୍ର, ଉପସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମାନସ ରଞ୍ଜନ ସାମନ୍ତରାୟ, ସହ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ପ୍ରସାଦ ଦାସ୍, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ପାଣିଗ୍ରାହୀ, ପାଠାଗାର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ କଳ୍ପନା ନାୟକ, ସୁଶ୍ରୀ ସଂଗୀତା ପଶାୟତ, ମନମୋହନ ବେହେରା, ପୂର୍ବତନ ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ନନ୍ଦ, ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ନରେଶ ଜେନା, ପୂର୍ବତନ ଉପସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ସାହୁ, ସଦସ୍ୟ ସଞ୍ଜୀବ ଚକ୍ରବର୍ତ୍ତୀ, ତପସ୍ଵିନୀ ସିଂହ୍ନା, ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଥାଟ୍ଟ ରାଜ୍, ବିଭୁ ପ୍ରସାଦ ମହାପାତ୍ର, ଅଭିନ ଦେଓ, ସ୍ୟାମାନନ୍ଦ ମହାରଣା, ଅରୁଣ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକର ଆଇନଜୀବୀ ଓ ତାଙ୍କ ସହଯୋଗି ମାନେ ଯୋଗଦେଇଥଲେ।
ପ୍ରତିନିଧି ନାରାୟଣ ରଥ