November 18, 2025

Sabubarga Khabar

All category news

ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା : ଅବସର ନେଲେ ପ୍ରଦୀପ ଜେନା

ଭୁବନେଶ୍ୱର (ସଖପ୍ର): ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜାଙ୍କୁ ରାଜ୍ଯ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। 

ମନୋଜ ଆହୁଜା କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। ମନୋଜ ଆହୁଜାଙ୍କ ନିଯୁକ୍ତି ସହ ପ୍ରଦୀପ ଜେନାଙ୍କୁ ଅବସର ଦିଆଯାଇଛି। ପ୍ରଦୀପ ଜେନାଙ୍କୁ ସରକାରୀ ଚାକିରିରୁ ଅବସର ମିଳିବା ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ମିଳିଛି। ସପ୍ତାହକ ଭିତରେ ଶ୍ରୀ ଆହୁଜା ଓଡ଼ିଶା ଆସୁଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.