ଓଡ଼ିଶାକୁ ଆସି ଠକିବା ମହଙ୍ଗା ପଡିଲା…
ମାଲକାନଗିରି (ସଖପ୍ର): ଲୋକଙ୍କୁ ଠକି ସୁନା ଚୋରି କରୁଥିବା ଗ୍ୟାଙ୍ଗକୁ ଧରି ପୋଲିସ ନିକଟରେ ଜିମା ଦେଲେ ଏମଭି ୭୯ ଅଞ୍ଚଳବାସୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୭୯ ଓ ଆଖ ପାଖ ଅଞ୍ଚଳରେ ବିହାରର ଏକ ସୁନା ସଫା କରିବା ଓ ଭଳିକି ଭଳି ଡିଜାଇନ କରିଦେବା କଥା କହି ଲୋକଙ୍କ ଦୁଆରକୁ ଯାଇ ଲୋକଙ୍କର ଦୁର୍ବଳତାର ଫାଇଦା ନେଇ ସୁନା ବଦଳରେ ପିତ୍ତଳ ମିଶାଇ ଦେଉଥିବା ଅଭିଯୋଗ ଆସିଛି। ଆଜି ଏ ନେଇ ଏମଭି ୭୯ ଲୋକେ ବିହାରର ଏକ ଗ୍ୟାଙ୍ଗ୍ କୁ ଧରି ପୋଲିସ ନିକଟରେ ଜିମା ଦେଇଛନ୍ତି। ଏହି ଗ୍ୟାଙ୍ଗରେ ମୋଟ ୧୭ ଜଣ ଲୋକ ସାମିଲ୍ ଥିବା ଜଣାପଡ଼ିଛି। ଗତ ଏକ ସପ୍ତାହ ହେବ ଏହି ଗ୍ୟାଙ୍ଗ୍ ଏମଭି ୭୯ ଅଞ୍ଚଳର ଆଖପାଖ ଗାଁ ରେ ଲୋକଙ୍କ ସୁନା ଡିଜାଇନ କରିବା ଉଦ୍ଦେଶ୍ୟ ନେଇ ଲୋକଙ୍କର ଅସଲି ସୁନା ବଦଳରେ ପିତ୍ତଳ ମିଶାଇ ଦେଇ ଟଙ୍କା ନେଇ ଚମ୍ପଟ ମାରୁଥିଲେ।ଆଜି ଏମପିଭି- ୪୭ ଗ୍ରାମର ବିପ୍ଳବ ସିକଦାର୍ ଓ ଏମପିଭି- ୪୬ ଗ୍ରାମର ରାଖୀ ବାରୋଇ ଏହି ଠକ ଗ୍ୟାଙ୍ଗ ଦ୍ଵାରା ନିର୍ମାଣ କରିଥିବା ନୂତନ ସୁନାକୁ ଏମଭି -୭୯ ବଣିଆ ଦୋକାନରେ ପରୀକ୍ଷା କରିବାରୁ ଏହା ସମ୍ପୂର୍ଣ୍ଣ ପିତ୍ତଳ ନିର୍ମିତ କହିଥିଲେ। ଏହି ସୁନା ଚୋରି କରୁଥିବା ଗ୍ୟାଙ୍ଗକୁ ଖୋଜି ହେଉଥିଲେ ଲୋକମାନେ। ଆଜି ଏହି ଗ୍ୟାଙ୍ଗର କିଛି ସଦସ୍ୟ ଏମଭି- ୭୯ ଅଞ୍ଚଳରେ ଉପରୋକ୍ତ କାରନାମା ଘଟାଉଥିବା ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିଛନ୍ତି ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ