11/13/2025

Sabubarga Khabar

All category news

ଓଡ଼ିଶା ସାମ୍ବାଦିକ ସଂଘ କୋରାପୁଟ ୟୂନିଟ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

କୋରାପୁଟଜିଲ୍ଲା: (ସଖପ୍ର) ଜୟପୁର ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଓଡିଶା ସାମ୍ବାଦିକ ସଂଘ କୋରାପୁଟ ୟୂନିଟର ସଦସ୍ୟ ଜାତୀୟ ପ୍ରେସ ଦିବସ ପାଳନ କରିଛନ୍ତି। ସଂଘର ସଭାପତି କେ ଶ୍ରୀନିବାସଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂପାଦକ ରବିନ୍ଦ୍ର ମହାପାତ୍ର, ଉପ ସଭାପତି ହରିଶ ପଟ୍ଟନାୟକ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଗଣମାଧ୍ୟମର ସମସ୍ୟା ଓ ସାମ୍ବାଦିକତାର ସ୍ୱଚ୍ଛତା ବିଷୟରେ ସଭାପତି କେ ଶ୍ରୀନିବାସ ଆଲୋକପାତ କରିଥିଲେ। ଗଣମାଧ୍ୟମ ପାଇଁ କାମକରୁଥିବା ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ଭାଇଚାରା ସଂପର୍କ ଜରୁରୀ ବୋଲି ସାମ୍ବାଦିକ ଗୌରି ପଟ୍ଟନାୟକ କହିଥିଲେ।କହିଥିଲେ। ପ୍ରତ୍ୟେକ ତିନି ମାସରେ ଥରେ ଓଡିଶା ସାମ୍ବାଦିକ ସଂଘ କୋରାପୁଟ ୟୂନିଟର ସଦସ୍ୟମାନଙ୍କ ମଧ୍ୟରେ ଏକ ବୈଠକ ହେବା ଦରକାର ବୋଲି ଉପ ସଭାପତି ମତ ପ୍ରକାଶ କରିଥିଲେ। ଶେଷରେ ଗୌରି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *