11/13/2025

Sabubarga Khabar

All category news

ଓଡ଼ିଆ ଭାଷାର ବିକାଶ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ

ମାଲକାନଗିରି (ସଖପ୍ର): ଆଜି ମାଲକାନଗିରି ଜିଲ୍ଲାର ପେଡାକୋଣ୍ଡା ୟୁଜି ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଂସଦର ରାଜ୍ୟ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ କହିଲେ ଯେ, ଦକ୍ଷିଣ ଓଡ଼ିଶାର ଆଦିବାସୀ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ପରିଚିତ ମାଲକାନଗିରି ହିଁ ଦିନେ ସମଗ୍ର ଓଡ଼ିଶା ଭୂଖଣ୍ଡକୁ ଦେଖାଇଥିଲା ସାଂସ୍କୃତିକ ଜାଗରଣର ନୂତନ ମାର୍ଗ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ,ଚିନ୍ମୟ ଦାସ, ମୁଖ୍ୟ ବକ୍ତା ଭାବେ ବାଙ୍କଟିଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ କବି ଜଗବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ଭାବେ ଶାକ୍ଷାବିତ୍ ସୁକୁମାର ପଣ୍ଡା ଓ ସମ୍ମାନୀତ ବକ୍ତା କବି ନିରଞ୍ଜନ ମହାରଣା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଜୀବନ ଦର୍ଶନର ଉପାଦେୟ କଥା ଉପରେ ବିଶଦ ଆଲୋଚନା କରିଥିଲେ ଏବଂ ଅତିଥି ଭାବେ ପ୍ରଶାନ୍ତ କୁମାର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି,ବିଜୟା ବେହୁରା, ମାଳତୀ ମାଢୀ,ନୂତନ ମଲ୍ଲିକ ଓ ସ୍ବପ୍ନ ପାଲ୍ ପ୍ରମୁଖ ଯୋଗ ଦେଇଥିଲେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *