11/10/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଟିଭି ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ପାଇଁ ଶୋକସଭା ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଆଜି ଓଟିଭି ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ପାଇଁ ଜୟପୁର ପାରାବେଡା ସ୍ଥିତ ଋତୁରାଜ କଲ୍ୟାଣ ମଣ୍ଡପ ପରିସରରେ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଓଟିଭି ପ୍ରତିନିଧି ଟି.ଗୌରିଶଙ୍କରଙ୍କ ଆହ୍ବାନକ୍ରମେ ଜୟପୁରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଋତୁରାଜ କଲ୍ୟାଣ ମଣ୍ଡପରେ ଏକାଠି ହୋଇ ନୀରବ ପ୍ରାର୍ଥନା କରିଥିଲେ। ଅରିନ୍ଦମ ଜଣେ ସାହସୀ ସାମ୍ବାଦିକ ଥିବାନେଇ ମତ ପ୍ରକାଶ ପାଇଥିଲା। ଜୀବନକୁ ବାଜୀ ଲଗାଇ ସେ ପ୍ରାକୃତିକ ବିପର୍ଯ୍ୟୟ ଓ ବିଭିନ୍ନ ଦୁର୍ଘଟଣା ଜନିତ ଖବର ଦର୍ଶକ ମାନଙ୍କ ପାଖରେ ଓଟିଭି ମାଧ୍ୟମରେ ଆଗେ ପହଞ୍ଚାଇ ପାରୁଥିଲେ। ମହାନଦୀ ମୁଣ୍ଡଳି ବ୍ୟାରେଜରେ ଦନ୍ତାହାତୀକୁ ଉଦ୍ଧାର ସମୟ ଖବରର ପ୍ରସାରଣ ପାଇଁ ଓଡ୍ରାଫ ଟିମ୍ ସହ ବୋଟରେ ନଦୀ ମଝିରେ ଥିବା ଦନ୍ତାହାତୀ ନିକଟକୁ ଯାଇଥିଲେ। ଦୁର୍ଭାଗ୍ୟ ବଶଃତ ବୋଟ ବୁଡିଗଲା ଓ ସାମ୍ବାଦିକ ଅରିନ୍ଦମ ଦାଶ ଓ ତାଙ୍କ କ୍ୟାମେରା ମ୍ୟାନ ବୁଡି ଯାଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ। ଏହିପରି ଉପସ୍ଥିତ ସାମ୍ବାଦିକ ମାନେ ସ୍ବର୍ଗତ ଅରିନ୍ଦମ ଦାଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଶୈଳୀକୁ କେନ୍ଦ୍ରକରି ସ୍କୃତିଚାରଣ କରିଥିଲେ। ସରକାରଙ୍କ ନିକଟରେ ସ୍ବର୍ଗତ ଅରିନ୍ଦମ ଦାଶଙ୍କ ପରିବାରକୁ ଦୃଷ୍ଟାନ୍ତ ମୂଳକ ରାଶି ପ୍ରଦାନ କରିବାକୁ “ଓଡିଶା ସଂପାଦକ ସଂଘ” ତରଫରୁ ଦାଦୀପତ୍ର ପ୍ରଦାନ କରାଯିବ ବୋଲି ସଂଘର ଉପଦେଷ୍ଟା ଚନ୍ଦ୍ରକାନ୍ତ ସୁତାର ପ୍ରକାଶ କରିଥିଲେ।

ଜୟପୁର ପ୍ରତିନିଧି ମଞ୍ଜିତ ସିଂ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *