ଏଲଗାନୁପାଡୁରୁ ଶ୍ମଶାନ ଯିବା ରାସ୍ତାକୁ ନେଇ ବିବାଦ, ପ୍ରଶାସନ ଚୁପ

ରାୟଗଡା(ସଖପ୍ର) : ରାୟଗଡା ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠ ରେ ଗତ 10/10/2022 ତାରିଖରେ କୋଲନୋରା ତହସିଲ ଅଧିନସ୍ଥ ଥେରୁବାଲି ରାଜସ୍ବ ନିରୀକ୍ଷକ ଅଧୀନରେ ଏଲଗାନୁପାଡୁ ମୋୖ ଜ଼ା ବାସି ଜ଼ିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରି ଜଣାଇଥିଲେ ଯେ ଏଲଗାନୁପାଡୁ ସାହି ଓ ଏହାର ଆଖ ପାଖ ଅଂଚଳ ବାସିନ୍ଦା ମାନେ ପୂର୍ବପୁରଷରୁ କୌଣସି ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଲେ ଦାହ ନିମନ୍ତେ ସ୍ମଶାନ କୁ ଯେଉଁ ରାସ୍ତା ଦେଇ ନେଉଥାନ୍ତି ସେହି ରାସ୍ତା କୁ ନିଜର ରାସ୍ତା କହି କାନ୍ଥ ବାନ୍ଧି ଦାଉଦ ବିଡ଼ିକା ପିତା ଲୁଥର ବିଡ଼ିକା ଜୋର ଜବରଦସ୍ତ କରି ରାସ୍ତା ବନ୍ଦ କରିଛି ବୋଲି ଅଭିଯୋଗ କରିଥିଲେ । ତହସିଲଦାର ଙ୍କ ପତ୍ର ସଂଖ୍ୟା 153 ତା 09/01/2023 ଅନୁଯାଇ ରାଜସ୍ବ ନିରୀକ୍ଷକ ଥେରୁବାଲି ତଦନ୍ତ କରୀ ତାଙ୍କରି ରିପୋର୍ଟ ପ୍ରଦାନ କରିଛନ୍ତି । ଏଲଗାନୁପାଡୁ ମୌଜା ର ଖାତା ନଂ 14/204 ପ୍ଲଟ ନଂ 176 ରେ.22 ଏକର ଗିରିଧାରୀ ଲାଲ ଓ ଖାତା ନଂ 14/174 ରେ.20 ଏକର ଜମି ଦାଉଦ ବିଡ଼ିକା ଙ୍କ ନାମରେ ରେକର୍ଡ ଅଛି । ଏବଂ ଖାତା ନଂ 14/2 ପ୍ଲଟ ନଂ 177 ରେ .45 ଏକର ଜମି ସଦାନନ୍ଦ ପାଣି ଓ, ଅନ୍ୟ କେତେକ ବ୍ୟକ୍ତି ଓ ପୁନର୍ବଷତି ଓ ଥଇଥାନ ବିଭାଗ ଭାରତ ସରକାର ଙ୍କ ନାମରେ ରହିଛି l ଏହି 177 ନଂ ପ୍ଲଟରେ ଦାଉଦ ପାଚେରୀ ନିର୍ମାଣ କରିଛି ବୋଲି ଜନସାଧାରଣ ସେହିପରି ପାଚେରୀ କୁ ଭାଙ୍ଗି ଦେଇଛନ୍ତି ବୋଲି ନିଜ ତଦନ୍ତ ରିପୋର୍ଟର ଉଲେଖ କରିଛନ୍ତି । ତହସିଲଦାର ଙ୍କ ପତ୍ର ସଂଖ୍ୟା 297/x-11/2022 ତା 19/01/2023 ରେ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଉଲେଖ କରିଛନ୍ତି ଯେ କେତେକ ସ୍ଥାନୀୟ ବ୍ୟକ୍ତି ଏହି 177 ପ୍ଲଟ ରେ ନିର୍ମିତ ପାଚେରୀ କୁ ଭାଙ୍ଗି ଦେଇଛନ୍ତି,ଦାଉଦ ଏହି ପାଚେରୀ ନିର୍ମାଣ କରିଥିଲା ଯାହାକି ବେଆଇନ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l ଘଟଣା ର ଦୀର୍ଘ 6 ମାସ ବିତିଯାଇଥିଲେ ମଧ୍ୟ୍ୟ କୌଣସି ସତ୍ୟା ସତ୍ୟ କିଛି ରାଜସ୍ୱ ବିଭଗ କି ପୋଲିସ ତଦନ୍ତ କରୁନାହାନ୍ତି ବୋଲି ଶତାଧିକ ମହିଳା ଓ ପୁରୁଷ ରାୟଗଡା ଜ଼ିଲ୍ଲାପାଳ ଙ୍କୁଗତ 03/07/2023 ରେ ଅଭିଯୋଗ କରିଛନ୍ତି । ଦାଉଦ ବିଡ଼ିକା ଆମ ମାନଙ୍କ ନା ରେ ପୋଲିସ କୁ କହି ବିଭିନ୍ନ ପ୍ରକାର ର ଅସୁବିଧା କରୁଛି ଥେରୁବାଲି ପୋଲିସ ମଧ୍ୟ୍ୟ ଆମ ରି କଥା ଶୁଣୁନାହାନ୍ତି ବୋଲି ଜ଼ିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ସହିତ ଘଟଣା ର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଅଂଚଳ ବାସି ଅନୁରୋଧ କରିଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ