ଏଲଗାନୁପାଡୁରୁ ଶ୍ମଶାନ ଯିବା ରାସ୍ତାକୁ ଜବର ଦଖଲ କରିଛନ୍ତି ଦାଉଦ
ରାୟଗଡା (ସଖପ୍ର) : ଆଜି ରାୟଗଡା ଜ଼ିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ କୋଲନୋରା ତହସିଲ ଅଧିନସ୍ଥ ଥେରୁବାଲି ରାଜସ୍ବ ନିରୀକ୍ଷକ ଅଧୀନରେ ଏଲଗାନୁପାଦୁ ମୋୖଜ଼ା ବାସୀ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଜଣାଇଥିଲେ ଯେ ଏଲଗାନୁପାଡୁ ସାହି ଓ ଏହାର ଆଖ ପାଖ ଅଂଚଳ ବାସିନ୍ଦା ମାନେ ପୂର୍ବପୁରୁଷରୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଦାହ ନିମନ୍ତେ ଶ୍ମଶାନକୁ ଯେଉଁ ରାସ୍ତା ଦେଇ ନେଇଥାନ୍ତି ସେହି ରାସ୍ତାକୁ ନିଜର ରାସ୍ତା କହି କାନ୍ଥ ବାନ୍ଧି ଦାଉଦ ବିଡ଼ିକା ପିତା ଲୁଥର ବିଡ଼ିକା ଜୋର ଜବରଦସ୍ତ ଦଖଲକରି ରାସ୍ତା ବନ୍ଦ କରିଛି ବୋଲି ଅଭିଯୋଗ କରିଛନ୍ତି । ଶ୍ମଶାନକୁ କୌଣସି ବ୍ୟକ୍ତିକୁ ନେବାରେ ଅସୁବିଧା ହେଉଛି । ଆମେ ବାରମ୍ବାର ଦାଉଦକୁ କହିଲେ ସେ ଓଲଟା ଆମକୁ ଧମକ ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହି ବିଷୟ ନେଇ କୋଳନରା ତହସିଲଦାର, ରାଜସ୍ୱ ନିରୀକ୍ଷକ ଥେରୁବାଲି ଓ ଥେରୁବାଲି ଫାଣ୍ଡିରେ ଅଭିଯୋଗ କରିଲେ ମଧ୍ୟ୍ କୌଣସି ସୁଫଳ ମିଳୁନାହିଁ । ଘଟଣାର ସତ୍ୟା ସତ୍ୟ କିଛି ରାଜସ୍ୱ ବିଭାଗ କି ପୋଲିସ ତଦନ୍ତ କରୁନାହାନ୍ତି ବୋଲି ଶତାଧିକ ମହିଳା ଓ ପୁରୁଷ ଆଜି ରାୟଗଡା ଜ଼ିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଦାଉଦ ବିଡ଼ିକା ଆମ ମାନଙ୍କ ନା ରେ ପୋଲିସକୁ କହି ବିଭିନ୍ନ ପ୍ରକାରର ଅସୁବିଧା କରୁଛି, ଥେରୁବାଲି ପୋଲିସ ମଧ୍ୟ ଆମରି କଥା ଶୁଣୁନାହିଁ ବୋଲି ଜ଼ିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଅଂଚଳବାସୀ ଅନୁରୋଧ କରିଛନ୍ତି । ଏହିପରି ଏହି ଏଲଗାନୁପାଦୁ ମୌଜାରେ ବହୁ ସରକାରୀ ଓ ଗୋଚର ଜମିକୁ ବହୁ ବ୍ୟକ୍ତି ଅକ୍ତିଆର କରିଛନ୍ତି ଏହାର ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ପ୍ରତିନିଧିଙ୍କ ରିପୋର୍ଟ