ଏମଭି ୭୫ ଗ୍ରାମରେ ଜୟ ମା ରଟାନ୍ତି କାଳି ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନ

ମାଲକାନଗିରି (ସଖପ୍ର):ଆଜି କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ଗ୍ରା ପ ଅଧିନସ୍ଥ ଏମଭି ୭୫ ଗ୍ରାମରେ ଜୟ ମା ରଟାନ୍ତି କାଳି ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନ ଦିଵସରେ ମାଲକାନଗିରି ର ପୁର୍ଵତନ ଵିଧାୟକ ମାନସ ମାଡ଼କାମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅନ୍ୟ ତମ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ଉତ୍ତମ ରାୟ ଭବାନୀ ଶଙ୍କର ମୁଖାର୍ଜୀ, ଆୟଜକ ସଭାପତି ଦିଲ୍ଲୀପ ବିସ୍ଵାସ,ଉପ ସଭାପତି ସପନ ମଜ୍ମଦାର , ବିପ୍ଳବ ବିଶ୍ୱାସ, ଅନୁପ ମିସ୍ତ୍ରୀ ,ସରପଞ୍ଚ ହରି ଗୋଲରି ସମିତି ସଭ୍ୟ ଜୟ ରାମ କୁଞ, ସୁବ୍ରତ ସୀଲ୍ ସହ ଵହୁ ଵୁଧଜୀଵି ଓ ଵରିଷ୍ଠ ନାଗରିକ ଯୋଗ ଦେଇ ଥିଲେ, ପ୍ରଥମ ଉଦଘାଟନି ଉସ୍ଛଵ ରେ ଛତିଶଗଡ଼ର ଖୁଂଟାଟିମ ସହ ମାଲକାନଗିରି ଜିଲ୍ଲାର କେ ଗୁମା ସହ ବହୁତ ସୁନ୍ଦର ପ୍ରତି ଯୋଗିତା ରେ ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଖେଳ ଉପଭୋଗ କରୁଥିଲେ।।ଏଥିରେ ଛତିଶଗଡ଼ ର ଖୁଣ୍ଟାଟିମ ମାଲକାନଗିରି ର କେ ଗୁମାର ଟିମକୁ ତିନି ଗୋଲରେ ପରାସ୍ତ କରିଥିଲେ, ଖେଳ ଉଭୟଙ୍କ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ସହ ଵହୁତ ସୁନ୍ଦର ଥିଲା, ଦର୍ଶକମାନେ ଵହୁତ ସୁନ୍ଦର ଖେଳ ଉପଭୋଗ କରିଥିଲେ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ