02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଏମଭି ୭୦ରେ ଆମ ପୋଲିସ ସମିତି ବୈଠକଅନୁଷ୍ଠିତ….

ମାଲକାନଗିରି(ସଖପ୍ର):ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ପକ୍ଷରୁ ଏମଭି ୭୦ ଗ୍ରାମ ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏକଦା ଘନ ଘନ ଚଢାଉ ସହ ମାଓବାଦୀଙ୍କ କ୍ରୁରତା ଜନଜୀବନକୁ ପ୍ରଭାବିତ କରୁଥିଲା। ନିଜସ୍ଵ ମତ ଜାହିର କରିବା ପୂର୍ବରୁ ଜୀବନ ପ୍ରତି ଥିବା ବିପଦ ଯୋଗୁଁ ନିଜର ପ୍ରତିବାଦକୁ ଛାତି ତଳେ ଚାପି ହୋଇ ରଖିବାକୁ ପଡୁଥିଲା। ତେବେ ସମୟ ବଦଳିବା ସହ କାଲିମେଳା ବ୍ଲକ ବଡିଗେଟା ପଞ୍ଚାୟତ ମାଓବାଦୀ ମୁକ୍ତ ହେବା ସହ ସାଧାରଣ ଜୀବନ ଯାପନ କରୁଛନ୍ତି।ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ରୋକିବା , ପାରିବାରିକ ଆପୋଷ ଆଲୋଚନା, ଗଞ୍ଜେଇ କାରବାର ରୋକିବା, ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ସଡକ ସୁରକ୍ଷା, କଙ୍ଗାରୁ କୋର୍ଟ, ଯାଦୁ ଶିକାର, ଡ୍ରଗ୍ସ, ସାଇବର ଠକେଇ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲାକନଗିରି ଜିଲ୍ଲା ଅତିରିକ୍ତ ଏସପି ରାହୁଲ ଗୋଏଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କାଲିମେଳା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ, ଏସଆଇ ମନୋହର ସାହୁ, ଏସଆଇ ନରେନ୍ଦ୍ର ପ୍ରସାଦ ଭତ୍ରା, ଏସ ଆଇ ଭାଗୀରଥୀ ଜେନା, ଏଏସ୍ଆଇ ହରି ଖରା, ବିଶି ମାଝୀ, ଜିଲ୍ଲା ପରିଷଦ ଉପସଭାପତି ପତିତପାବନ ବୈଦ୍ୟ, ବଡିଗେଟା ସରପଞ୍ଚ ଲିଲି ସୋଡ଼ୀ, କାଲିମେଳା ସରପଞ୍ଚ ପୃଥ୍ୱୀରାଜ ମାଝୀ, କାଲିମେଳା ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡକାମି ଓ ଦଣ୍ଡକାରଣ୍ୟ ପର୍ବତମାଳା ସଂଗଠନର ରାଜ୍ୟ ମୁଖ୍ୟ ଲଳିତ ନାରାୟଣ ମାଡକାମି ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି କାର୍ଯ୍ୟକ୍ରମ କାଲିମେଳା ଅଞ୍ଛଳରେ ପୂର୍ବରୁ ଅନେକ ଥର ଅନୁଷ୍ଠିତ ହୋଇଯାଇଛି।ଏଭଳି କାର୍ଯ୍ୟକ୍ରମ ଯୋଗୁଁ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହୋଇପାରିବ ବୋଲି କୁହାଯାଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କୁ ପ୍ରଶୟ ଦିଆଯିବ ନାହିଁ ବୋଲି ଅଞ୍ଚଳ ବାସି ଦୃଢତାର ସହ କହିଥିଲେ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *