11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଏନଜିଓ ତରଫରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶ୍ଵର,୨୮/୪– ସାମ୍ପ୍ରତିକ କରୋନା ମୁକାବିଲା ପାଇଁ ସରକାର ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଚେତନ ପାଇଁ ଅଣ୍ଟାଭିଡିଥିବା ଦେଖିବାକୁ ମିଳୁଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତର ପଣ୍ଡା ପରିବାର ନିଜସ୍ୱ ଏନଜିଓ ସଂସ୍ଥା ଉତ୍କଳ ପ୍ରଗତି ତରଫରୁ ମଧ୍ୟ ଗରୀବଙ୍କ ଦୁଃଖ ବୁଝିଛନ୍ତି। ଏହି ଅଞ୍ଚଳର ପ୍ରଥମ ଆଇ.ଆର.ଏସ. ଯେକି ଏବେ ଇନକମ୍ ଟେକ୍ସର ଡେପୁଟି କମିଶନର ଭାବେ ଦିଲ୍ଲୀରେ କାର୍ଯ୍ୟରତ ଆଶିଷ ପଣ୍ଡାଙ୍କ ସହଯୋଗରେ ସମାଜସେବୀ ଜଗଦୀଶ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ରଶ୍ମିପ୍ରଭା ପଣ୍ଡା ,କକା ଜୟକୃଷ୍ଣ ପଣ୍ଡା,ସୁଭାଶିଷ ପଣ୍ଡା, ସିଦ୍ଧାର୍ଥ ପଣ୍ଡା, ଆଲୋକ ପଣ୍ଡା, ଅଜୟ ବେହେରା, ମାୟାଧର ପାଣିଗ୍ରାହୀ ଓ କମଳକୃଷ୍ଣ ଦାଶ ପ୍ରମୁଖ ଖଇରା ଏବଂ ସିମୁଳିଆ ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ୮୦୦ ଗରିବ ଓ ଦୁଃଖୀ ପରିବାରକୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ । ଏଭଳି ସାମାଜିକ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ପଣ୍ଡା ଦମ୍ପତି ପ୍ରକାଶ କରିଛନ୍ତି । ଏଥିସହିତ କରୋନା ବାବଦରେ ବିଭିନ୍ନ ସଚେତନ ବାର୍ତ୍ତା ବି ପ୍ରଦାନ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *