November 18, 2025

Sabubarga Khabar

All category news

ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ,ଦୁଇଜଣକୁ କାବୁକଲା ପୋଲିସ

ନବରଙ୍ଗପୁର (ସଖପ୍ର): ନବରଙ୍ଗପୁର ଜିଲା ଉମରକୋଟ ପୁଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ଭୋର ସମୟରେ ଉମରକୋଟ ସହରର ଦଙ୍ଗରିଗୁଡାରେ ଗଞ୍ଜେଇ ବାହାରକୁ ଚାଲାଣ ପାଇଁ ପ୍ୟାକିଂ ଚାଲିଥିବା ସମୟରେ କୋୖଣସି ସୂତ୍ରରୁ ଖବର ପାଇ ଉମରକୋଟ ପୁଲିସ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଉମରକୋଟ ବ୍ଲକ୍ ସୁନାବେଡ଼ା ଗ୍ରାମର କୁଟୁ ସାନା ଓ ରାଇପୁରର ସତ୍ୟନ୍ ଶର୍ମାକୁ ଗିରଫ କରିଥିଲା। ଏଥି ସହ ୧କ୍ୱିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରାଯାଉଛି। ଏଥି ସହ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨ ଲକ୍ଷ ୯୫୦ ଟଙ୍କା, ୭ଟି ବାଇକ୍, ୫ ଟି ମୋବାଇଲ, ଗୋଟିଏ କାର ଓ ଏକ ଓଜନ ମେସିନ୍ ଜବତ କରିଛ। ଏହି ଗଞ୍ଜେଇ ମାଲକାନଗିରି ଅଞ୍ଚଳରୁ ଆସିଥିବା ଜଣା ପଡିଛି ଏହା ରାଇପୁର ଅଞ୍ଚଳକୁ ଚାଲାଣ ହୋଇଥାନ୍ତା। ଏଥିରେ ଆଉ କିଛି ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେମାନଙ୍କୁ ବି ଅତି ଶୀଘ୍ର ଗିରଫ କରାଯିବ ବୋଲି ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.