ଏକ୍ସରେ ମେସିନ ଅଚଳ, କଷ୍ଟ ଭୋଗୁଛନ୍ତି ଲୋକେ…

ମାଲକାନଗିରି (ସ.ଖ.ପ୍ର ):ଲୋକଙ୍କ ସୁବିଧା ପାଇଁ ମାଲକାନଗିରି ଜିଲ୍ଲାରେ ସାତ ମହଲା ବିଶିଷ୍ଟ ହସ୍ପିଟାଲ ତିଆରି କରାଗଲା |କିନ୍ତୁ ଉପାନ୍ତ ବା ଦୁର୍ଗମ ଅଂଚଳର ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ନ କହିବା ଭଲ |ଏମ ଭି -୭୯ ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଭି ସେହିଭଳି |ଏଠାରେ ଥିବା ପୁରୁଣା ଏକ୍ସରେ ମେସିନଟି ବହୁତ ଦିନରୁ ଅଚଳ ହୋଇ ଯାଇଛି | ପାଖାପାଖି ଅଂଚଳର ପ୍ରାୟ ୨0, 000ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି |ଏବେ ଏକ୍ସରେ ପାଇଁ ଲୋକଙ୍କୁ ପଡୋଶୀ ରାଜ୍ୟ ଆନ୍ଧ୍ର କିମ୍ବା ମାଲକାନଗିରି ସଦରକୁ ଯାଇ ଏକ୍ସରେ କରିବାକୁ ପଡୁଛି |ତେଣୁ ଲୋକେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି |ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କିଛିବି ସୁଫଳ ମିଳିନାହିଁ ବୋଲି ଗାଁର ଦୀପକ ଦତ୍ତ, କାର୍ତ୍ତିକ ବେପାରୀ, ରାମ କାନ୍ଦାପନ, ବିଷ୍ଣୁ ସ୍ୱାଇଁ, ପାର୍ଥ ରାୟ ଓ ଅନ୍ୟମାନେ ଜଣାଇଛନ୍ତି |ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ପ୍ରସଂଜିତ ରାୟଙ୍କୁ ପଚାରିବାରୁ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି |ଏଠାରେ ଏକ ନୂଆ ଏକ୍ସରେ ମେସିନ ଦେବାକୁ ଜଣାଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ ହୋଇ ପାରିନାହିଁ ବୋଲି ଜଣାଇଛନ୍ତି |ଦେଖିବାକୁ ବାକିରହିଲା କେବେ ସେଠାକାର ଲୋକେ ଏହି ସୁବିଧା ପାଇ ପାରୁଛନ୍ତି |