01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ନବରଙ୍ଗପୁର ଜିଲ୍ଲା ୨୦/୦୮(ସଖପ୍ର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଧିଆନ ଚାନ୍ଦ ଜୟନ୍ତୀ ଉପଲକ୍ଷେ ଆଜି ଉମରକୋଟ ଅଞ୍ଚଳର କ୍ରୀଡାବିତ ମାନଙ୍କ ଦ୍ବାରା ଜାତୀୟ କ୍ରୀଡା ଦିବସ ପାଳିତ କରାଯାଇଥିଲା। ଏହି ଜାତୀୟ କ୍ରୀଡା ଦିବସରେ ଉମରକୋଟ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ। ଉପସ୍ଥିତ ସମସ୍ତ ଖେଳ ପ୍ରେମୀ ତଥା ଖେଳ ଶିକ୍ଷକ ମାନଂକୁ ଧନ୍ୟବାଦ ଜଣେଇଥିଲେ ଏବଂ ଉପସ୍ଥିତ ସମସ୍ତ କ୍ରୀଡ଼ାବିତ ଛାତ୍ର ଛାତ୍ରୀ ମାନଂକୁ ଉମରକୋଟ ନାମ ଖେଳ ଜଗତରେ ଜାତୀୟ ସ୍ତର ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବା ପାଇଁ ପ୍ରଚେଷ୍ଟା ଜାରି ରଖିବା ପାଇଁ ବାର୍ତା ଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଦିବସକୁ ପ୍ରତିବର୍ଷ କରିବା ପାଇଁ ଜାରି ରଖିବାକୁ କହିଥିଲେ। ଉପସ୍ଥିତ ଖେଳ ପ୍ରେମୀ ମାନେ ହେଲେ ଅଶୋକ କୁମାର ସାହୁ, କଲେଜ ଖେଳ ଶିକ୍ଷକ ନିକୁଞ୍ଜ ବେହେରା, ବଏଜ ହାଇସ୍କୁଲ ଖେଳ ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି , ଚଢେଇ ଗୁଡା ଖେଳ ଶିକ୍ଷୟତ୍ରୀ ରଶ୍ମିତା ବରାଳ, ସପନ ବୈରାଗୀ ଓ ଚିନା ବାବୁ ପ୍ରମୁଖ ଉପସ୍ଥିତ ହୋଇ ଏହି ଜାତୀୟ କ୍ରୀଡା ଦିବସକୁ ଶୃଙ୍ଖଳିତ ଭାବରେ ପାଳିତ କରିଥିଲେ।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *