05/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉମରକୋଟ କ୍ରୀଡ଼ାବିତଙ୍କ ଦ୍ୱାରା ସହର ପରିକ୍ରମା

ଉମରକୋଟ ୦୮/୦୮ (ସଖପ୍ର )ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ କିଛି କ୍ରୀଡ଼ାବିତ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଉମରକୋଟସ୍ଥିତ ଡ଼ି ଏ ନ କେ ଗୋପବନ୍ଧୁ ଛକ ଠାରୁ ବାହାରି ପୁରାତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ। ସୂଚନା ଅନୁଯାଇ ଟୋକିଓରେ ଚାଲିଥିବା ଅଲମ୍ପିକ କ୍ରୀଡ଼ାରେ ଭାରତକୁ ଏକ ସ୍ଵର୍ଣ୍ଣ ମେଡାଲ ସହ କିଛି ବ୍ରୋଞ୍ଜ ଓ କାଂସ୍ୟ ମେଡାଲ ମିଳିଥିଵା ଖୁସିରେ ପଦଯାତ୍ରା କରିଥିଲେ । ଦୀର୍ଘ 41ବର୍ଷ ପରେ ଭାରତୀୟ ଯୁବକ ହକି ଦଳକୁ ବ୍ରୋଞ୍ଜ ପଦକ ମିଳିଥିବାରୁ ଉମରକୋଟର କ୍ରୀଡ଼ାବିତ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହୋଇ ଭାରତୀୟ ଯୁବକ ହକି ଦଳକୁ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଗୋପବନ୍ଧୁ ଛକ ଠାରୁ ପଦଯାତ୍ରା ଆରମ୍ଭକରି ପୁରୁଣା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *