ଉମରକୋଟରେ ୱେବ ମିଡ଼ିଆ ସଙ୍ଘ ଗଠନ
ଉମରକୋଟ ୦୧/୦୮(ସଖପ୍ର): ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ସାମ୍ବାଦିକଙ୍କ ଏକ ବୈଠକ ଆୟୋଜନ କରାଯାଇଥିଲା। ପ୍ରକାଶ ଥାଉ କି ସାରା ଦେଶରେ ସାମ୍ବାଦିକତାକୁ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ତେଣୁ ପ୍ରତ୍ୟେକ ସାମ୍ବାଦିକ ତଥା ସେଟଲାଇଟ ଚାନେଲ, ପ୍ରିଣ୍ଟ ମିଡ଼ିଆ, ୱେବ ମିଡ଼ିଆର ସାମ୍ବାଦିକ ମାନେ ସବୁ ସ୍ଥାନରୁ ସମ୍ବାଦ ସଂଗ୍ରହ କରି ନିଜ ସଂସ୍ଥା ମାଧ୍ୟମରେ ଖବର ପରିବେଷଣ କରାଇଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ୱେବ ମିଡ଼ିଆଙ୍କୁ ପ୍ରାଧାନ୍ୟ ଦିଆଯାଉନାହିଁ କିନ୍ତୁ ୱେବ ମିଡ଼ିଆ ହିଁ ସମସ୍ତ ସଠିକ ତଥ୍ୟ ଲୋକ ଲୋଚନକୁ ଆଣିଥାନ୍ତି। ହେଲେ ମଧ୍ୟ ୱେବ ମିଡ଼ିଆଙ୍କୁ ଅନ୍ୟ ସାମ୍ବାଦିକ ମାନଙ୍କ ଭଳି ପ୍ରଶ୍ରୟ ଦିଆଯାଉନାହଁ, ତେଣୁ ଆଜି ଉମରକୋଟ ବ୍ଲକ, ରାଇଘର ବ୍ଲକ, ଝରୀଗାଁ ବ୍ଲକ, ଚନ୍ଦାହାଣ୍ଡି ବ୍ଲକ, ଓ ଡାବୁଗାଁ ବ୍ଲକର ୱେବ ମିଡ଼ିଆ ସାମ୍ବାଦିକ ଏକତ୍ରିତ ହୋଇ ଏକ ସଙ୍ଘ ଗଠନ କରିଥିଲେ । ଉକ୍ତ ୱେବ ମିଡ଼ିଆ ସଙ୍ଘକୁ ଆଗାମୀ ଦିନରେ କିପରି ସୁଦୃଢ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ସଙ୍ଘର ସଭାପତି ଜିତେନ୍ଦ୍ର କୁମାର ଦାଶ, କାର୍ଯ୍ୟକାରୀ ସଭାପତି ବୈଷ୍ଣବ ନାୟକ, ରାଜେଶ କୁମାର ସିଂ, ଉପ ସଭାପତି ଶଙ୍କର ତୁରୁକ, ଘେନୁ ପନକା, ହରିହର ଶତପଥୀ, ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ନିଗମ ସାହୁ, ସହ ସମ୍ପାଦକ ଜୟଶ୍ରୀ ନାୟକ, କୋଷାଧକ୍ଷ ଜିତେନ୍ଦ୍ର ମହାନ୍ତି, କାର୍ଯ୍ୟ କାରିଣୀ ସଦସ୍ୟ ମଦନ ହିଆଲ, ସବ୍ୟସାଚି ଭତରା, ଅପରାଜିତା ରାୟ, ଲଳିତ ସୁନାନୀ, କିଶୋର ନାୟକ, ପୁର୍ଣ୍ଣ ନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା!ୟ। ତା ସଂଗେ ସଂଗେ ଲିଗାଲ ଏଡଭାଇଜର ପ୍ରଶାନ୍ତ କୁମାର ସାହୁ, ଏଡଭାଇଜର ରାମ ନାୟକ,ମନୋହର ମହାନ୍ତି, ସଂଜୀବ ଜାନିଙ୍କୁ ମନୋନୀତ କରାଯାଇଥିଲା।
ଉମରକୋଟରୁ ଘିନୁ ପନାକାଙ୍କ ରିପୋର୍ଟ