03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉମରକୋଟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଉମରକୋଟ (ସଖପ୍ର): ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ବିଭିନ୍ନ ସ୍ଥାନ ତଥା ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକରେ 75ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଉମରକୋଟ ସ୍ଥିତ ପ୍ୟାରେଡ ପଡିଆ ଠାରେ କୋଭିଡ କଟକଣାକୁ ମାନି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମଞ୍ଚାସିନ ଅତିଥି ତହସିଲଦାର ହିମାଚଳ ମାଝୀ, ଏସ ଡ଼ି ପି ଓ ଦିନେଶ ନାୟକ, ଅତିରିକ୍ତ ତହସିଲଦାର ଉମେଶ ପୂଜାରୀ, ବରିଷ୍ଠ ଆଇନଜୀବୀ ଜୟଦେବ ପରିଡା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପତାକା ଉତ୍ତୋଳନ କରିଥିଲେ। ଶେଷରେ ଉମରକୋଟ ପୋଲିସ, ଅଗ୍ନିଶମ ବିଭାଗ ତରଫରୁ ସେଲୁଟ ପ୍ରଦାନ କରାଯାଇଥିଲା। ବ୍ରଜବନ୍ଧୁ କାଣ୍ଡି ମଞ୍ଚ ପରିଚାଳନା କରିଥିଲେ।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *