01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉପାନ୍ତ ଅଞ୍ଚଳରେ ରାସ୍ତା ପାଇଁ ଲୋକ ହନ୍ତସନ୍ତ…

ମାଲକାନଗିରି (ସ.ଖ. ପ୍ର ):ମାଲକାନଗିରି ଜିଲ୍ଲାର ବହୁତ ଉପାନ୍ତ ଅଂଚଳ ଅଛି ଯେଉଁଠିକି ଲୋକଙ୍କ ପାଇଁ ଯିବାଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ |କିନ୍ତୁ ମାଲକାନଗିରି ବ୍ଲକର ଗଂଗଲା ପଂଚାୟତର ରାଉଲିଗୁଡା ଠୁ ମାର୍କାପାଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତାର ଅବସ୍ଥା ନ କହିବା ଭଲ |ଗାଡି ଚଳାଇବା ତ ଦୁରକଥା ଲୋକେ ଚାଲିକି ଯାଇପାରୁନାହାନ୍ତି |ଏବେ ବର୍ଷା ଦିନେ ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ଭରି ହୋଇଯାଉଛି |ତେଣୁ ଲୋକେ ଯିବାଆସିବାରେ ବହୁତ କଷ୍ଟ ଭୋଗୁଛନ୍ତି |ଏହି ରାସ୍ତା ପାଇଁ ଅଂଚଳବାସୀ ବିଭିନ୍ନ ସମୟରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଅଂଚଳବାସି ଅଭିଯୋଗ କରିଛନ୍ତି |ଯଥାଶୀଘ୍ର ଏହି ରାସ୍ତା କରିବା ପାଇଁ ଅଂଚଳବାସୀ ଆମ ମାଧ୍ୟମରେ ପ୍ରଶାସନ ପାଖରେ ଦାବି କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *