ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଆଇ ଏ ଏସ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ
ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଆଇ ଏ ଏସ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ।ଏକ ବିଲ ପାସ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ । ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି। 2009 ବ୍ୟାଚର ଆଇ ଏ ଏସ ହେଉଛନ୍ତି ବିଜୟ କେତନ। ତାଙ୍କ ବାଲେଶ୍ୱର ସ୍ଥିତ ଘର , କାର୍ଯ୍ୟାଳୟ ଉପରେ ମଧ୍ୟ ଏକ ସମୟରେ ଚଢ଼ାଉ। ବିଜୟ କେତନଙ୍କ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବା ଖବର ମିଳିଛି।ଚଢ଼ାଉରେ ସହଯୋଗ କରିବା ପାଇଁ ଆଉ ଦୁଇଟି ଭିଜିଲାନ୍ସ ଦଳ କଟକରୁ ଆସିଛନ୍ତି।
ଭୁବନେଶ୍ବରରୁ ଏନ୍ ପୁରୁଷୋତ୍ତମ ରେଡିଙ୍କ ରିପୋର୍ଟ