03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ହିନ୍ଦୁ ସେବକ ସଙ୍ଘ ବାଲେଶ୍ବର ଜିଲ୍ଲା ସଭାପତି ଭାବେ ମନୋନୀତ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

ବାଲେଶ୍ବର,୧୬/୮(ସଖପ୍ର): ଭାରତକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ପାଇଁ ଅଣ୍ଟା ଭିଡିଛି ଉତ୍କଳ ହିନ୍ଦୁ ସେବକ ସଙ୍ଘ । ଏହାର ମୁଖ୍ୟ ଲକ୍ଷ୍ୟ ସମଗ୍ର ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା । ଏଥିପାଇଁ ସଙ୍ଘର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବହୁ ଆଲୋଚନା ଓ ପର୍ଯ୍ଯାଲୋଚନା ପରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସଙ୍ଘ ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଚୟନ କରିଛି । ସଭାପତି ଭାବେ ମନୋନୀତ ହେବାପରେ ଶ୍ରୀ ବେହେରା ଜିଲ୍ଲା ବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ଭାରତ ଏକ ବିଶାଳ ଦେଶ । ଏହି ଦେଶକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ ପାଇଁ ସଙ୍ଘର ହାତମୁଠାକୁ ଟାଣ କରିବାକୁ ପଡିବ । ଜିଲ୍ଲା ଠାରୁ ଆରମ୍ଭ କରି ଭାରତର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ହିନ୍ଦୁ ରାଷ୍ଟ୍ର ଗଠନର ସ୍ବରକୁ ନେବାକୁ ପଡିବ । ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଲାଗି ପଡିବା । ଭାରତକୁ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦରକାର ହେଲେ ଆନ୍ଦୋଳନ କରିବା ପଛେ ହକ୍ ଆଦାୟ କରିବା ରାସ୍ତାରୁ ହଟିବା ନାହିଁ । ୧୨ ବର୍ଷର ଧର୍ମପଦ ଯଦି କୋଣାର୍କର ମୁଣ୍ଡି ମରିପାରିଲା, ଯଦି ୫୦୦ ବର୍ଷର ରାମ ମନ୍ଦିର ହୋଇ ପାରିଲା, ସ୍ୱାମୀ ବିବେକାନନ୍ଦ ଯଦି ହିନ୍ଦୁ ଧର୍ମକୁ ପୁରା ବିଶ୍ୱରେ ପ୍ରଚାର କରିପାରିଲେ , ଆମେ ଦେଖିଥିବା ସ୍ଵପ୍ନ କାହିଁକି ସାକାର ହେବନି,ଏଥିପାଇଁ ଆମ୍ଭମାନଙ୍କୁ ଏକତ୍ରିତ ହେବାକୁ ପଡିବ ଯେ ପର୍ଯ୍ୟନ୍ତ ଆମ୍ଭଙ୍କୁ ଆମ୍ଭର ହକ୍ ନ ମିଳିଛି । ଏଥିପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ମେମ୍ବର ଯୋଗାଡ ଚାଲିଛି । କାର୍ଯ୍ୟ ହାସଲ କରିବା ପାଇଁ ଆଜି ଆମେ ସବୁ ଯୁବକ ଏକ ହୋଇଛନ୍ତି ଏହା ଠାରୁ ବଡ଼ ଶକ୍ତି ଆଉ କିଛି ନାହିଁ ,ହୁଏତ କିଛି ସମୟ ଲାଗିବ ହେଲେ ଆମ୍ଭେ ନିଶ୍ଚୟ ସଫଳ ହେବା ବୋଲି କହି ଜିଲ୍ଲା ବାସୀଙ୍କୁ ଆହ୍ବାନ ଦେଇଛନ୍ତି । ବିଳମ୍ବ ହେଲେବି ସଙ୍ଘ ମାଧ୍ୟମରେ ଅତୀତରେ ବହୁ ଦାବି ହାସଲ ହୋଇଛି, ତେଣୁ ଆସନ୍ତୁ ସମସ୍ତେ ଏକାଠି ହୋଵା ହିନ୍ଦୁ ରାଷ୍ଟ୍ର ଗଠନରେ ଲାଗି ପଡିବା

ବାଲେଶ୍ବରରୁ ନରେନ୍ଦ୍ର ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *