12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ସାମ୍ବାଦିକ ସଂଘ ରାୟଗଡା ଶାଖା ପକ୍ଷରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡା ୨୬/୧୧ (ସଖପ୍ର): ଆଜି ଉତ୍କଳ ସାମ୍ବାଦିକ ସଂଘ ରାୟଗଡା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ହୋଟେଲ ତେଜସ୍ଵୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ବୈଠକରେ ଅଧ୍ୟାପିକା ଶୁଭଶ୍ରୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସଭାରେ ସଂଘର ସଂପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ବାର୍ଷିକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କର ଯୋଗଦେଇ ସଂଘର ସାଙ୍ଗଠନିକ ବ୍ୟବସ୍ଥା ସମ୍ଵନ୍ଧରେ ଆଲୋଚନା କରିବା ସହିତ ସଂଘ କିପରି ଆଗାମୀ ଦିନରେ ଲଢୁଆ ଭାବେ କାର୍ଯ୍ୟ କରିବ ସେ ବିଷୟରେ ଗୁରୁମନ୍ତ୍ର ଦେଇଥିଲେ। ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ ଦାବି ଯଥା ସାମ୍ବାଦିକ ସୁରକ୍ଷା ଆଇନ, ଅବସର କାଳିନ ଭତ୍ତା, ସ୍ଵାସ୍ଥ୍ୟ ବିମାରାଶି ବୃଦ୍ଧି ପ୍ରସଙ୍ଗ ଉଠାଇ ଆଗାମୀ ଦିନରେ ବିଧାନ ସଭା ଘେରିବେ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୁଖ୍ୟ ସଂପାଦକ ବଡଖବର ଶ୍ରୀ ଅର୍ଧେନ୍ଦୁ ଦାସ ସାମ୍ବାଦିକ ଏକନିଶା ଓ ସାମ୍ବାଦିକ ଭାଇ ମାନେ ପରସ୍ପର ପରସ୍ପର ସହିତ ଉତ୍ତମ ସଂପର୍କ ରଖିଲେ ଆମେ ଆମ ହକକୁ ସରକାରଙ୍କ ଠାରୁ ମାଗିବା ନାହିଁ ଛଡାଇ ଆଣି ପାରିବା ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସଭାପତିଙ୍କ ବିବୃତିକୁ ଦୋହରାଇ କହିଥିଲେ ସଂଘ ବା ସଂଘୀୟ ବ୍ୟବସ୍ଥାକୁ ସୁପରିଚାଳନା କରିବାର ଦକ୍ଷତା ରାଜ୍ୟ ସଭାପତିଙ୍କର ଉତ୍ତମ ପ୍ରକାର । ଆମେ ସମସ୍ତେ ଏକହୋଇ ଲଢ଼ିବା ଉଚିତ୍ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗଦେଇ ସାମ୍ବାଦିକ ମାନଙ୍କର ଭୁମିକା ସମସ୍ତ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଜିଲ୍ଲା ସ୍ତରରେ ସାମ୍ବାଦିକ ମାନଙ୍କର ସଂପର୍କ ପ୍ରଶାସନ ସହିତ ଅତି ଉତ୍ତମ ରହିଛି ଓ ଆଗକୁ ରହିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୁଚନା ଲୋକ ସଂପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ କହିଥିଲେ ସାମ୍ବାଦିକ ମାନଙ୍କର ଭୁମିକା ସମାଜରେ ସବୁ ସ୍ତରରେ ନିଆରା । ସକାଳ ଠାରୁ ଆରମ୍ଭ କରି ରାତିର ଶେଷ ପ୍ରହର ପର୍ଯ୍ୟନ୍ତ ଜିଲ୍ଲାରେ ଘଟୁଥିବା ଟିକି ନିଖି ଖବର ଉପସ୍ଥାପନ କରିବାରେ ସେମାନେ ବେଶ ଆଗୁଆ । ଆଜିର ଏହି ଉତ୍ସବରେ ଜିଲ୍ଲାର ଜନସାଧାରଣଙ୍କ ମୌଳିକ ସମସ୍ୟାକୁ ନେଇ ପ୍ରଶାସନ ସହ ଅହରହ ଲଢେଇ କରିଆସୁଥିବା ଓ ଜିଲ୍ଲାର ମୁଖ୍ୟ ସମସ୍ୟା ଗୁଡ଼ିକ ପାଇଁ ରାଜରାସ୍ତାରେ ଅନଶନ କରି ସମସ୍ୟାର ସମାଧାନ ଦିଗରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ଜିଲ୍ଲା ବିକାଶ ପରିଷଦର ସଭାପତି ଶ୍ରୀ ଶିବାଜୀ ଦାସଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ବିଶିଷ୍ଟ କବି ଶ୍ରୀ ଲକ୍ଷ୍ମଣ ବେହାରାଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିବା ସହିତ ସଂଘ ସହ ନୁତନ ଭାବେ ଯୋଗ ଦେଇଥିବା ୮ଜଣ ସଭ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବ ଶେଷରେ ସଂଘର ସଭ୍ଯ ଶ୍ରୀ ରଶ୍ମି ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ଭଙ୍ଗ କରି ଥିଲେ। ସଭ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବ ଶେଷରେ ସଂଘର ସଭ୍ଯ ଶ୍ରୀ ରଶ୍ମି ରଞ୍ଜନ ଦୋରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ଭଙ୍ଗ କରି ଥିଲେ।

ରାୟଗଡା ପ୍ରତିନିଧି ଅମୂଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *