ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ…

ମାଲକାନଗିରି :(ସ.ଖ. ପ୍ର ) ଜିଲ୍ଲାରେ ବିଭିନ୍ନ ଅଂଚଳରେ ବନମୋହତ୍ସବ ପାଳନ ହେଉଛି |ଏହି କ୍ରମରେ ଆଜି ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ଶାଖା ତରଫରୁ ବନାଞ୍ଚଳ ଅଧିକାରୀଙ୍କ ସହଯୋଗରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ତହସିଲଦାର ଡ଼ଃ ଗୁଣନିଧି ନାୟକ, ମାଲକାନଗିରି ବିଡ଼ିଓ ଅଜୟ କୁମାର ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ,ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ମାଲକାନଗିରି ପୌରପରିଷଦର ଅଧିକାରୀ ତ୍ରିଶୂଳ ମାରାଣ୍ଡି ଓ ସଙ୍ଘର ସଦର ମହକୁମାର ସଦଶ୍ୟ ମାନେ ଯୋଗ ଦେଇଥିଲେ । ଅତିଥିମାନେ ଗୋଟିଏ ଦୁଇଟି ଲେଖାଏଁ ଗଛ ଲଗାଇଥିଲେ । ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦୁର୍ଯ୍ୟଧାନ ପାତ୍ରଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆଜି ମାଲକାନଗିରି ସଦର ମହକୁମା ଠାରେ ହୋଇଥିବା ବେଳେ ଆଗକୁ ଜିଲ୍ଲାର ସମସ୍ତ ବ୍ଲକ ରେ ସଙ୍ଘ ତରଫରୁ ଆୟୋଜନ କରିବାକୁ ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଯେହେତୁ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରେ କରାଯାଇଥିଲା, ଘରୋଇ ବସ ମାଲିକ ସଂଘର ସଭାପତି ଭକ୍ତ ଚରଣ ରାଉତ ଙ୍କ ସହ ଅଶୋକ କୁମାର ରାଉତ, ଛବି ଦାସ, ସନ୍ତୋଷ ପାଣିଗ୍ରାହୀ ଏବଂ ତାଙ୍କର ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହାୟତା କରିଥିଲେ ।ଉତ୍କଳ ସାମ୍ବାଦିକ ସଙ୍ଘର ସଦଶ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସତ୍ୟ ନାରାୟଣ ଦାଶ୍, କୋଷାଧ୍ୟକ୍ଷ ବି ଶ୍ରୀନିବାସ ପାତ୍ର, ସୀମାଞ୍ଚଳ ପାଣିଗ୍ରାହୀ, କିଶୋର ପାଟିକା,ସୋନୁ ଅନୁଗୁ, ଶ୍ରୀକାନ୍ତ ସେଠି, ସୁଶାନ୍ତ ସାମଲ, ଧନଞ୍ଜୟ ଟିକାଦାର, ଜୟନ୍ତୀ ବୁରୁଦା,ରାଧିକା,ଆଶିଷ ବେହେରା, ସଞ୍ଜୟ ଢ଼ାଲି ପ୍ରମୁଖ ଉପସ୍ଥିତ ଥିଲେ ।ଗଛ ଲଗାଇବା କାର୍ଯ୍ୟକ୍ରମକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି |