01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ସାମ୍ବାଦିକ ସଂଘ, ଓଡିଶାର ରାଜ୍ୟ ସ୍ତରୀୟ ସମ୍ମିଳନୀ ରାୟଗଡା ଶାଖା ତରଫରୁ ଆୟୋଜିତ

ରାୟଗଡା. (ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ )ଆଜି ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟ, ରାୟଗଡା ସ୍ଥିତ ପିତାମହଲ ଠାରେ ଉତ୍କଳ ସାମ୍ବାଦିକ ସଂଘ, ଓଡିଶାର ରାଜ୍ୟ ସ୍ତରୀୟ ସମ୍ମିଳନୀ ରାୟଗଡା ଶାଖା ତରଫରୁ ଆୟୋଜିତ । ଉକ୍ତ ସମ୍ମିଳନୀକୁ ରାୟଗଡା ଶାଖା ଆୟୋଜିତ କରିଥିଲା । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲ ଯୋଗ ଦେଇ ସାମ୍ବାଦିକ ମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ ଜନ ସଧାରଣଙ୍କ ଅସୁବିଧାକୁ ଲୋକ ଲୋଚନକୁ ଆଣି ପାରୁଥିବା ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହି ଭଳି ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଉ ଜଣେ ସମ୍ମାନିତ ଅତିଥି ଭାବେ ରାୟଗଡା ଶାଖା ସଭାପତି ମଧ୍ୟ ମଞ୍ଚାସୀନ ଥିଲେ । ଉକ୍ତ ସଭାକୁ ରାଜ୍ୟ ଶାଖା ସଭାପତି ବିଭୂତି ଭୂଷଣ କର ପରିଚାଳନା କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ, ଅବସର କାଳୀନ ଭତ୍ତା, ସମୁଚିତ ଅଧି ସ୍ୱୀକୃତି ପ୍ରଦାନ, ପ୍ରେସ ଏକାଡେମି ଗଠନ ଓ ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି ନିମନ୍ତେ ଓଡିଶା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଉତ୍କଳ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ପ୍ରଥମେ ରାୟଗଡା ଶାଖାର ସମ୍ପାଦକ ରାଜେଶ ମହାନ୍ତି ସମ୍ପାଦକୀୟ ପାଠ ପଠନ କରିଥିଲେ । ଏହି ସଭାରେ ପରିଚାଳନା ସମ୍ପାଦକ ମନୋଜ ସାହୁ, ଶ୍ରୀନାଥ ତାଡିଙ୍ଗି, ଶ୍ରୀଧର ଚୌଧୁରୀ, ସୁଶାନ୍ତ ମିଶ୍ର, ସନ୍ତୋଷ ପାଢ଼ୀ, ଅମୁଲ୍ୟ ନିଶଙ୍କ ଓ ସଙ୍ଘର ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *