November 18, 2025

Sabubarga Khabar

All category news

ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ସଂଘ କାର୍ଯ୍ୟାଳୟରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛିା ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସିବାଦତ୍ତ ସାହୁ, କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ଦାଶ, କୋଷାଧକ୍ଷ ହୃଷିକେଶ ସେଠି, ସହ ସମ୍ପାଦକ ଅପୂର୍ବ ଥଣ୍ଡର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାଣିକ ବାଛାଡ, ବାସୁଦେବ ଜେନା, ବିକ୍ରମ ସ୍ୱାଇଁ, ବିଦ୍ୟୁତ ବୈରାଗୀ, ଭଗବାନ ସାହୁ, ଉପଦେଷ୍ଟା ସିମାଂଚଳ ପାଣିଗ୍ରାହି ଯୋଗ ଦେଇ ସଂଘର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲ ।ବିଶେଷ କରି ଗତ କୋଭିଡ ମହାମାରି ସମୟରେ ସଂଘ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଯେପରି ସଚେତନତା କାର୍ଯ୍ୟକ୍ରମ ସହ ଜନ ସେବା କରି ଆସୁଥିଲେ ଚଳିତ ବର୍ଷ ସେହିପରି ସାମାଜିକ ସେବା ଯଥା ନିଶା ନିବାରଣ, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ଭିନ୍ନକ୍ଷମ ଏବଂ ଦୃଷ୍ଟି ହୀନ ମାନଙ୍କୁ ସାହାଯ୍ୟ ଭଳି ଅନେକ କାର୍ଯ୍ୟ ଜାରି ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି |

ମାଲକାନଗିରି ରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.