ଉତ୍କଳ ସାମ୍ବାଦିକ ସଂଘର,ରାଜ୍ୟସ୍ତରୀୟ ସମ୍ମିଳନୀ…

ମାଲକାନଗିରି (ସଖପ୍ର ): ପ୍ରଥମ ଥର ଉତ୍କଳ ସାମ୍ବାଦିକ ସଂଘ ଆନୁକୁଲ୍ୟରେ ରାଜ୍ଯ ସ୍ତରୀୟ କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ତଥା ରାଜ୍ଯ ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ରାଜ୍ଯର ୩୦ଟି ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ସଭା କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ କଲ୍ୟାଣ ବିଭାଗ ସଭାପତି ଶ୍ରୀଯୁକ୍ତ ମାନସ ମାଡକାମୀ, ଜିଲ୍ଲା ଉପଖଣ୍ଡ ବନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମିରାସେ ତଥା ଜିଲ୍ଲା ବିହନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ। ତେବେ ଏଠାରେ ନିଶ୍ଚିତ ଉଲ୍ଲେଖଯୋଗ୍ୟ ଯେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ “ସାମ୍ବାଦିକ ସୁରକ୍ଷା ଆଇନ ” ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆଇନକୁ କାର୍ଯ୍ୟକାରୀ କରିବାକୁ ବିଶେଷ ଅନୁରୋଧ ସହ ଦାବି ଭାବେ ଉପସ୍ଥାପନ କରାଯାଇଥିଲା। ଏହା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ପତ୍ରକାର ତଥା ସମାଜସେବୀ ମାନଙ୍କୁ ଅଭିବାଦନ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ତେବେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଚେଷ୍ଟା ଓ ସଂପୂ୍ର୍ଣ୍ଣ ସହଯୋଗରେ ସମ୍ମିଳନୀଟି ହୋଇଥିଲା।