ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତିଙ୍କ ପ୍ରତିକ୍ରିୟା, ମାନ୍ୟବର ସୁପ୍ରିମକୋର୍ଟ ପୁନର୍ବିଚାର କରନ୍ତୁ
କୋରାପୁଟଜିଲ୍ଲା (ସଖପ୍ର): ଆଜି ଜୟପୁର ଜାତୀୟ ରାଜପଥ ନିକଟ ଭିଜିଲାନ୍ସ ଅଫିସ ଆଗରେ ଥିବା ଯାଦବ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ଉତ୍କଳ ସମ୍ମିଳନୀର ରାଜ୍ୟ ଉପ ସଭାପତି ବିନୋଦ ମହାପାତ୍ର କହିଛନ୍ତି ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କ ରଥଯାତ୍ରା ବନ୍ଦହେବା ବହୁତ ଦୁଃଖର ବିଷୟ। କରୋନା ମହାମାରୀର ମୁକାବିଲା ରାଜ୍ୟ ଓ କେନ୍ଦ୍ରସରକାର କରୁଛନ୍ତି। ରଥଯାତ୍ରା ହେଲେ ଗୋଷ୍ଠି ସଂକ୍ରମଣ ଆଶଙ୍କାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଦୁଃଖକୁ ସରକାର ଆକଳନ କରିବା ଉଚିତ। ଶ୍ରୀ ମହାପାତ୍ର କହିଛନ୍ତି କରୋନା ମହାମାରୀର ସମସ୍ତ କଟକଣାକୁ ପାଳନ କରି ରଥଯାତ୍ରା କରିଥିଲେ ଭଲ ହୋଇଥାନ୍ତା। ସେବାୟତ,ପୋଲିସ ଓ ସମାଜସେବୀମାନେ ରଥ ଟାଣିଥାନ୍ତେ। ଜନସାଧାରଣ ଗଣମାଧ୍ୟମ ଜରିଆରେ ସିଧାପ୍ରସାରଣ ଦେଖିପାରିଥାନ୍ତେ। ଫଳରେ ଜଗନ୍ନାଥପ୍ରେମୀଙ୍କ ମନରେ ଶକ୍ତ ଆଘାତ ହୋଇ ନଥାନ୍ତା। ସାମାଜିକ ଦୂରତାସହ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପୁର୍ଣ୍ଣ ହୋଇପାରିଥାନ୍ତା। ରଥଯାତ୍ରାର ପରମ୍ପରା ଭଙ୍ଗ ହୋଇ ନଥାନ୍ତା। ତେଣୂ ସରକାର ଓ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନୁରୋଧ ଏହି ରଥଯାତ୍ରା ବନ୍ଦ ରାୟର ପୁନର୍ବିଚାର ହେଉ ବୋଲି ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ମତ ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ କୋରାପୁଟଜିଲ୍ଲା କାର୍ଯ୍ୟକାରୀ ସଭାପତି ବରିଷ୍ଠ ଆଇନଜିବୀ ମଦନ ମୋହନ ନାୟକ,ସଂପାଦକ ନବୀନ ମାଦଳା , ଉତ୍କଳସମ୍ମିଳନୀର କର୍ମକର୍ତ୍ତା ଓ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।