06/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ନୂତନବର୍ଷ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ


କୋରାପୁଟଜିଲ୍ଲା/ଜୟପୁର(ସଖପ୍ର):ଉତ୍କଳ ସମ୍ମିଳନୀ ଏବଂ ଭାଷା ସୁରକ୍ଷା ସମ୍ମିଳନୀ କୋରାପୁଟ ଶାଖା ପକ୍ଷରୁ ଯାଦବ ଭବନ ଠାରେ ଆଜି ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି ।ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀ ଆଲୋକପାତ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ସମ୍ପାଦକ ନବୀନ ମାଦଳାଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଏବଂ ଅତିଥି ରୂପେ ଜିଲ୍ଲା ଉପସଭାପତି ଗୁପ୍ତେଶ୍ଵର ଦଣ୍ଡସେନା ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ମଦନମୋହନ ନାୟକଙ୍କ ପୌରହିତ୍ୟରେ ଆହୁତ ଏହି ସଭାରେ ଦେବେନ୍ଦ୍ର ବାହିନୀପତି, ପ୍ରମୋଦ ରାଉଳ, ଦେବୀ ପ୍ରସାଦ ହୋତା, ଯଜ୍ଞେଶ୍ବର ପଣ୍ଡା, ପରମେଶ୍ବର ପାତ୍ର, ଵାଲା ରାୟ, କୃଷ୍ଣଚନ୍ଦ୍ର ନେପାକ ପ୍ରମୁଖ ଯୋଗ ଦେଇ ଆଜି ଭଳି ଦିନର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ସୁରେଶ ଦାସ, ବିଷ୍ଣୁ ପ୍ରସାଦ ପାତ୍ର, ଭାଷା ସୁରକ୍ଷା ସମ୍ମିଳନୀ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ଦୁର୍ଗା ମାଧବ ଶତପଥୀ, ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ସବୁବର୍ଗ ଖବର ସଂପାଦକ ଚନ୍ଦ୍ରକାନ୍ତ ସୁତାର, ଟୁକୁରୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *