05/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ଉତ୍କଳ ବିକାଶ ପରିଷଦ” ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ

କଟକ: ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” କଟକ ପକ୍ଷରୁ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଆୟତପୁର ବଜାର, କୈବର୍ତ୍ୟ ସାହି,ବ୍ରାହ୍ମଣ ସାହି,ଶବର ସାହି ,ଶୁକ୍ଲ ସାହି,ବ୍ରାହ୍ମଣବାଡ(କ),ମହାପ୍ରଭୁ ନଗେଶ୍ୱରନାଥ ମନ୍ଦିର ପରିସର,କନକ ଦୁର୍ଗା ମନ୍ଦିର ପରିସର,ନାରାୟଣ ମନ୍ଦିର ପରିସର ଆଦି ବିଭିନ୍ନ ସ୍ଥାନରେ ମହାମରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି ! ଏହି ମହତ ସେବାକାର୍ଯ୍ୟରେ ପରିଷଦର କର୍ମକର୍ତ୍ତା ବଳରାମ ନାୟକ, ସଞ୍ଜୟ ସାହୁ,ସଞ୍ଜୟ ସେଠୀ, କୃଷ୍ଣଚନ୍ଦ୍ର ବେହେରା,ଶିବପ୍ରସାଦ ବେହେରା, ଆବୁଲି ବେହେରା, ସୁଶାନ୍ତ ସେଠୀ, ପିଣ୍ଟୁ ନାୟକ, ନଗେନ୍ଦ୍ର ବେହେରା, ସୋନୁ ବେହେରା, ଖିତିଶ ଶୁକ୍ଲ, ମନୋରଞ୍ଜନ ସେଠୀ, ପ୍ରକାଶ ମିଶ୍ର,ବିଜୟ ନାୟକ,ନିରଞ୍ଜନ ରାଉଳ,କୃଷକ ନେତା ଦେବୀ ପ୍ରସାଦ ପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ! ପରିଷଦର ଏହିପରି ସେବା କାର୍ଯ୍ୟକୁ ସାଧରଣରେ ଉଚ୍ଚ ପ୍ରସଂଶା କରାଯାଇଛି ! ସମାଜର ଦୁର୍ଦିନରେ, ବିଭିନ୍ନ ସମସ୍ୟାରେ ସେବାକାର୍ଯ୍ୟ ଜାରି ରହିବ,ଏଥିପାଇଁ ସମସ୍ତେ ଏକତାବଦ୍ଧ ଭାବରେ ସହଯୋଗ କରିବାକୁ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ସେଠୀ ନିବେଦନ କରିଛନ୍ତି !

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *