12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରାୟଗଡା : ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ ବିଷମ ପରିସ୍ଥିତିରେ ଉତ୍କଳ ଆଲୁମିନାର (ସିଏସଆର ) ଏହାକୁ ଏକ ସାମାଜିକ ଦାୟିତ୍ୱ ସ୍ୱରୂପ ଗ୍ରହଣ କରି ଏକ୍ଷେତ୍ରରେ ଏକ ଅଗ୍ରଦୂତ କାମ କରୁଛି । ଗ୍ରାମବାସୀ ଙ୍କ ନିକଟରେ ବିଶୁଦ୍ଧ ପାନୀୟ ପହଞ୍ଚାଇବା ପାଇଁ କେତେକ ପଦକ୍ଷେପ ହାତକୁ ନେଇଛି l ଉତ୍କଳ ଆଲୁମିନା ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାପାଇଁ ପ୍ରମୁଖ ପଦକ୍ଷେପ ନେଇଥିବା କମ୍ପାନୀ ୟୁଏଆଇଏଲ ସଭାପତି ତଥା ୟୁନିଟ ମୁଖ୍ୟ ଏନ ନାଗେଶ କହିଛନ୍ତି l ବିଶୁଦ୍ଧ ପାନୀୟ ଜଳ ପାଇ ଜନସାଧାରଣ ଅନେକ ଜୀବାଣୁ ଜନିତ ରୋଗରୁ ମୁକ୍ତ ରହିଛନ୍ତି । ଉତ୍କଳ ଆଲୁମିନା ପକ୍ଷରୁ ୨୦୧୯ -୨୦ ଆର୍ଥିକ ବର୍ଷରେ ପାଇକକୁପାଖଲ, ମାଲିଗାଁ, ନୂଆପଡା, କୁଚେଇପଦର, କାଂଚଗୁମା, ଲୁନ୍ଦ୍ରକଣା, ଡ଼ି କରାଳୀନ ଭଳି ପ୍ରାୟ ୭ ଟି ଗାଁରେ ୧୧୮ ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ କରାଯାଇଛି। ଯାହା ୧୭୫୦୦ ରୁ ଅଧିକ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରିଛି । ଏହା ବ୍ୟତୀତ ତିନୋଟି ସୌର ଭିତ୍ତିକ ପାନୀୟଜଳ ବ୍ୟବସ୍ଥାକୁ ଦ୍ଵିମୁଣ୍ଡି ଓ ଯୋଗିପାରିତୁଣ୍ଡରେ ଥିବା ନଳକୂପ ସହିତ ଯୋଡାଯାଇଛି । କୋଡ଼ିପାରି, ମାଇକଞ୍ଚ ଚନ୍ଦ୍ରଗିରି, ଗ୍ରାମପଞ୍ଚାୟତରେ କମ୍ପାନୀ ପକ୍ଷରୁ ୧୫୦୦ ଲିଟର କ୍ଷମତା ବିଶିଷ୍ଟ କ୍ଷୁଦ୍ରକୁପ ମଧ୍ୟ ନିର୍ମାଣ କରାଯାଇଛି । କମ୍ପାନୀର ଏହି ଉଦ୍ୟମକୁ ରାୟଗଡା ଆରଡବ୍ଲୁଏସଏସ ସବଡ଼ିଭିଜନ ଅଫିସର ପ୍ରଶଂସା କରିବା ସହିତ ଆରଡବ୍ଲୁଏସଏସ ଓ ଉତ୍କଳ ଆଲୁମିନା ମିଳିତ ଭାବେ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି। ଏତଦବ୍ୟତୀତ ସ୍ଥାନେ ସ୍ଥାନେ ଥିବା ପୁରୁଣା ନଳକୂପ ଗୁଡିକୁ ମଧ୍ୟ କମ୍ପାନୀ ତରଫରୁ ମରାମତି କରାଯାଇଛି । ଉତ୍କଳ ଆଲୁମିନାର ଏତାଦୃଶଃ ପଦକ୍ଷେପ ପାଇଁ ଆଖପାଖ ବହୁତ ଅଞ୍ଚଳ ଜନତା ଉପକୃତ ହୋଇ ପାରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *