12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳ ଆଲୁମିନାର ଖଣି ଅଞ୍ଚଳରେ ନିଯୁକ୍ତି ଦାବୀ କରି ଗିରଫ ହେଲେ

ରାୟଗଡ଼ାଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଉତ୍କଳ ଆଲୁମିନା ପରିଷରରେ ପୁଣି ଦେଖା ଦେଇଛି ଉତ୍ତେଜନା । ଉତ୍କଳ ଆଲୁମିନା ଅଧିକାରିଙ୍କୁ ଆକ୍ରମଣ ଅଭିଯୋଗରେ ଅଣ୍ଡିରାକଂଚ ପୁଲିସ ୩୪ ମହିଳା ଆନ୍ଦୋଳନ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟି କୋଣରୁ ଖଣି ଅଞ୍ଚଳ ମୁଖ୍ୟ ଫାଟକ ଏବଂ ଚନ୍ଦ୍ରଗିରି ଛକରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଘଟଣାରେ ତୀକ୍ଷ୍ମ ନଜର ରଖିଛି ପୁଲିସ । ଅନ୍ୟପକ୍ଷରେ ଖଣି ଅଞ୍ଚଳକୁ କୌଣସି ଗାଡ଼ିକୁ ଛାଡ଼ୁନଥିବାରୁ ଖଣି ଉତ୍ପାଦନରେ ମଧ୍ୟ ବାଧା ଦେଖା ଦେଇଛି ।

ଉତ୍କଳ ଆଲୁମିନାର ବଫଲା ମାଳି ଖଣି ଅଞ୍ଚଳରେ ନିଯୁକ୍ତି ଦାବୀରେ ପାଇକ କୁପାଖାଲ ଗ୍ରାମର ମହିଳା ଏବଂ ପୁରୁଷ ଆନ୍ଦୋଳନକୁ ଓହ୍ଲାଇଥିଲେ । ୨ ତାରିଖରୁ ଏହି ଆନ୍ଦୋଳନ ଚାଲିଥିବା ବେଳେ ଖଣି ଅଞ୍ଚଳକୁ କୌଣସି କର୍ମଚାରି କିମ୍ବା ଅଧିକାରିଙ୍କୁ ଛାଡୁ ନଥିଲେ । ଗତ ସନ୍ଧ୍ୟାରେ ଏହା ଉଗ୍ରରୁପ ନେଇଥିଲା । ଖଣିରେ ଫସି ରହିଥିବା କର୍ମଚାରିଙ୍କୁ ଖାଦ୍ୟ ଏବଂ ଔଷଧ ନେଇ ଗତ ସନ୍ଧ୍ୟାରେ ମାଇନସ ମେନେଜର ସୁକାନ୍ତ ମହାପାତ୍ର ଏକ ଗାଡ଼ିରେ ନିଜ ସହଯୋଗୀ ବିନୋଦ ପୁଜାରୀ , ପ୍ରଶାନ୍ତ ସିଂ , ସମୀର ମହାନ୍ତିଙ୍କ ସହ ଖଣି ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ଆନ୍ଦୋଳନ ରତ ମହିଳା ମାନେ ଗାଡ଼ିକୁ ଅଟକାଇ ସୁକାନ୍ତ ମହାପାତ୍ରଙ୍କୁ ଟଣା ଓଟରା କରିବା ସହ ମାଡ଼ମାରି ମାଇନସ ଉପରକୁ ଛାଡ଼ିନଥିବା ନେଇ ସେ ଅଣ୍ଡିରା କଂଚ ଥାନାରେ ଲିଖିତ ଏତଲା ଦେଇଛନ୍ତ ।

ତେବେ ପୁଲିସ ଏତଲାକୁ ଭିତି କରି ପାଇକ କୁପାଖାଲ ଗାଁର ସରୋଜିନି ନାୟକ ,ମିଥିଲା ନାୟକ ,ରଞ୍ଜିତା ନାୟକ , ମମତା ନାୟକ , କନକ ନାୟକ ସମେତ ୩୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କେବଳ ୩୪ ମହିଳା ନୁହଁନ୍ତି ତାଙ୍କ ସହିତ ଥିବା ୮ ଜଣ ଶିଶୁଙ୍କୁ ମଧ୍ୟ ପୁଲିସ କାଶୀପୁର ଏସଡ଼ିଜେଏମଙ୍କ କୋର୍ଟରେ ହାଜିର ପରେ ଜାମିନ ନାମଞ୍ଜୁର ପରେ ସମସ୍ତ ୪୨ ଜଣକୁ ବିଚାରବିଭାଗିୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ଏନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ଏଠାରେ ସୁଚନା ଯୋଗ୍ୟକି ଉତ୍କଳ ଆଲୁମିନା ପକ୍ଷରୁ କାରଖାନା ଏବଂ ଏହାର ପାରିପାର୍ଶ୍ବିକ ଅଚଂଳରେ ଚଳିତ ବର୍ଷ ୨ ଲକ୍ଷ ଗଛ ଲଗାଇ ବନୀକରଣ କରିବାର ଯୋଜନା ରହିଛି । ଫଳରେ କାରଖାନାର ସିଏସଆର ଯୋଜନା ମାଧ୍ୟମରେ ପାଇକକୁପାଖାଲ ଗାଁରେ ବନୀକରଣ ପାଇଁ ସୁର୍ଯ୍ୟପ୍ରଭା ନାରେ ଏକ ଯୋଜନା ହାତକୁ ନିଆଯାଇଥିଲା । ଏହି ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୪୦ ମହିଳାଙ୍କୁ ସାମିଲ କରାଯାଇ ଥିବା ବେଳେ ଗାଁରେ ଅନ୍ୟ ଏକ ଗୋଷ୍ଠୀ ଗାଁରେ ଥିବା ୧୮୨ ଜଣ ସମସ୍ତ ମହିଳାଙ୍କୁ ସାମିଲ କରିବା ପାଇଁ ଦାବୀ କରିଥିଲେ ।
ତେବେ ଏହାକୁ ନେଇ କାରଖାନା କର୍ତୃପକ୍ଷ ଏବଂ ଗ୍ରାମବାସୀ ମଧ୍ୟରେ ମତାନ୍ତର ଲାଗିରହିଥିବା ବେଳେ ଆଜିର ଏହି ଆନ୍ଦୋଳନକୁ ଖୋରାକ ଯୋଗାଇଛି । ସେପଟେ ଗତ ଅକ୍ଟୋବର ଶେଷ ସପ୍ତାହରେ ଉତ୍କଳ ଆଲୁମିନା କମ୍ପାନି ପରିଷରରେ ବିସ୍ଥାପିତ ଏବଂ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ଉପୁଜି ଥିଲା । ଏପରିକି ବିସ୍ଥାପିତଙ୍କ ପଥର ମାଡ଼ରେ ଅନେକ ସୁରକ୍ଷା କର୍ମି , ପୁଲିସ ଏବଂ ଅଧିକାରୀ ଆହତ ହେବା ସହ କମ୍ପାନି ଗାଡ଼ି ଏବଂ କଂଟ୍ରୋଲରୁମ ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀ । ଏହି ମାମଲାରେ ପୁଲିସ ୧୪ ଜଣକୁ ଗିରଫ କରିବା ସହ ନଭେମ୍ବର ୧ ତାରିଖରୁ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାରଖାନା ପରିଶର ଏବଂ ମାଇନସ ଅଚଂଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଧାରା ଉଠାଇ ନେବା ପରେ ଏବେ ପୁଣି କାରଖାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ନିରୀହ ଆଦିବାସୀ ଓ ହରିଜନ ଲୋକଙ୍କୁ ଗିରଫ କରାଉ ଥିବା ଉତ୍କଳ ଆଲୁମିନା ଇଣ୍ଟରନେସନଲ ଲିମିଟେଡ଼ ବିରୋଧ ରେ ଆସନ୍ତା କାଲି ରବିବାର ଦିନ କାଶିପୁର ବ୍ଲକ ବନ୍ଦ ଡାକରା ଦିଆଯାଇଛି l କାଶିପୁର ବ୍ଲକର 24 ଟି ପଞ୍ଚାୟତ ର ଦୋକାନ ବଜାର, ଗାଡି ଘୋଡା ଏବଂ ରାସ୍ତା ରୋକ କରାଯିବ l ତେଣୁ ନିଜେ ନିଜ ପଂଚାୟତ ରେ ବନ୍ଦ ଡାକରା କୁ ସଫଳ କରିବାକୁ ନିବେଦନ କରାଯାଇଛି l ଗତ କାଲି କୂପଖାଳ ଗ୍ରାମ ର 30ରୁ 40ଜଣ ମହିଳାଙ୍କୁ ପୋଲିସ ଆରେଷ୍ଟ କରିଛନ୍ତି, ସେଥିରେ ଶିଶୁ ଏବଂ ଗର୍ଭବତୀ ମହିଳା ଅଛନ୍ତି l ସେହି ପ୍ରତିବାଦରେ କାଲିକୁ କାଶିପୁର ବନ୍ଦ ଡାକରା ଦିଆଯାଇଛି। ବ୍ଲକର ସମସ୍ତ ଜନସାଧାରଣକୁ ନେଇ କମ୍ପାନୀର ମୁଖ୍ୟ ଗେଟ ସାମ୍ନାରେ ଅନିର୍ଦ୍ଦିିଷ୍ଟ କାଳ ଯାଏ ଅନଶନ କରାଯିବ l ସମସ୍ତେ ଉକ୍ତ ଆନ୍ଦୋଳନ କୁ ସଫଳ କରିବାକୁ ଖଣି ଅଂଚଳ ତଥା ବିସ୍ଥାପିତ ଜମିହରା ମାନଙ୍କୁ ନିବେଦନ କରାଯାଇଛି l

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *