02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ

କୋରାପୁଟଜିଲ୍ଲା/ କୋଟପାଡ(ସଖପ୍ର) : ଗତ ୧୭ତାରିଖ ବୁଧବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଗୋପବନ୍ଧୁ ପାଠାଗାରଠାରେ ଗୋପବନ୍ଧୁ ପାଠାଗାର କମିଟି ଓ ସାହିତ୍ୟ ଆସର କୋଟପାଡର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଦାସଙ୍କ ୯୨ତମ ତିରୋଧାନ ଦିବସ ପାଳନ କରାଯାଇଛି।ଏହି ବୈଠକରେ ଗୋପବନ୍ଧୁ ପାଠାଗାର କମିଟି ତଥା ସମ୍ବାଦ ଆସରର ସଭାପତି ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିଲେ।ଏହି ଅବସରରେ ଶ୍ରୀ ପଙ୍କଜ କୁମାର ପାତ୍ର ଗୋପବନ୍ଧୁଙ୍କ ଆଦର୍ଶ ତଥା ତ୍ୟାଗ ଉପରେ ଆଲୋକପାତ କରିଥିଲେ।ଶ୍ରୀ ସତ୍ୟପ୍ରସାଦ ଦାସ ଏହି ଉପଲକ୍ଷେ ସମସ୍ତଙ୍କୁ ଗୋପବନ୍ଧୁ ଜଣେ ବ୍ୟକ୍ତିବିଶେଷ ନୁହେଁ ଜଣେ ଅନୁଷ୍ଠାନ ବୋଲି କହିବା ସହ ଓଡ଼ିଆ ଭାଷା ଓ ଜାତି ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ।ସାହିତ୍ୟ ଆସରର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କବିତା ଆସରର ଦାୟିତ୍ୱ ଶ୍ରୀମତୀ ପୁଷ୍ପାଞ୍ଜଳି ମୁଦୁଲି ନେଇ ସୁଚାରୁ ରୁପେ କବିତା ଆସର ର ସଂପାଦନ କରିଥିଲେ।ସୁଶ୍ରୀ ଦୀପାଳି ପ୍ରଧାନ ବନ୍ଦେ ଉତ୍କଳ ଜନନୀ ଏହି ଅବସରରେ ଗାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରଞ୍ଜନ ମହୁରିଆ, ଶ୍ରୀ ରାଜେନ୍ଦ୍ର ନାୟକ ତଥା କିଶୋର ଚନ୍ଦ୍ର ମିଶ୍ର,ହେମନ୍ତ କୁମାର ପାତ୍ର ପ୍ରମୁଖ ଗୋପବନ୍ଧୁ ଦାସଙ୍କୁ ଏହି ଅବସରରେ ସ୍ମୁତିଚାରଣ କରିଥିଲେ।ଶେଷରେ ଶ୍ରୀମତୀ ସବିତା ହୋତା ଏକ ସଙ୍ଗୀତ ଗାନ କରି ସମସ୍ତଙ୍କୁ ଉଚ୍ଚାହିତ କରିଥିଲେ।ବୈଠକରେ ସନ୍ତୋଷ କୁମାର ଦୁର୍ବେ, ସଂଯୁକ୍ତା ମହାପାତ୍ର, ତ୍ରିପତି ବାଘା,ଅଜିତ କୁମାର ପାତ୍ର,ଗୋପୀନାଥ ବିଶୋଇ, ଦେବୀ ପ୍ରସାଦ ପଣ୍ଡା,ରାଜେନ୍ଦ୍ର ହୋତା, ରାଜଶେଖର ରାଓ,ଶରତ ବେହେରା, ପଦ୍ମନ ପ୍ରଧାନ, ନିରାକାର ବେହେରା, ସୁକାନ୍ତ ମିଶ୍ର, ବୋଇରିଗଞ୍ଜନ ମହାଳିକ,ପ୍ରଶାନ୍ତ କୁମାର ସାହୁ,ରାଜେଶ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ କୁ ସଂପାଦକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ।

କୋଟପାଡ଼ରୁ ଭବାନୀ ପାଢ଼ୀ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *