ଉଡ଼ନ୍ତା କୀଟ ପଙ୍ଗପାଳ ମୁକାବିଲା ନିମନ୍ତେ ଅଗ୍ରଗତି ସମ୍ପର୍କର ସମୀକ୍ଷା ବୈଠକ କଲେ ଜିଲ୍ଳାପାଳ
ରାୟଗଡାଜିଲ୍ଲା:(ଅମୁଲ୍ୟ ନିଶଙ୍କ ଜିଲ୍ଲା ପ୍ରତିନିଧି) ପଡୋଶୀ ରାଜ୍ୟ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ପର୍ଯ୍ୟନ୍ତ ପଙ୍ଗପାଳ ଉଡ଼ି ଆସି ଫସଲ ନଷ୍ଟ କରୁଥିବାର ଖବର ରାଜ୍ୟ ସରକାର ସୀମାନ୍ତ ଜିଲ୍ଲାର ଜିଲ୍ଳାପାଳ ମାନଙ୍କୁ ସତର୍କ କରିବା ପରେ ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗତ ଜୁନ ୨ ତାରିଖରେ ମୁକାବିଲା ନିମନ୍ତେ ବିଭଗୀୟ ଅଧିକାରୀ ମାନଙ୍କ ବୈଠକ ଡାକିଥିଲେ । ଏହାର ଅଗ୍ରଗତି ସଂପର୍କରେ ଜାଣିବା ନିମନ୍ତେ ପୁଣି ଥରେ ଆଜି ବୈଠକ କରିଥିଲେ ।
ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନନ୍ଦ କିଶୋର ସିଂହ, ଉପନିର୍ଦେଶକ ଉଦ୍ୟାନ କୃଷି ଶ୍ରୀ ଜଗନ୍ନାଥ ବିନ୍ଧାଣି, ଏସିଏଫ ଶ୍ରୀ ପ୍ରଦୀପ କୁମାର ବିତ୍ରା,ଶ୍ରୀ ସୁଶାନ୍ତ କୁମାର ସେଠୀ ଅଗ୍ନିସମ ଅଧିକାରୀ ଓ ଶ୍ରୀ ଯାନି ଶୁଭା ରାଓ, ଜିଲ୍ଲା କୃଷି ଅଧିକାରୀ ପ୍ରମୂଖ ଯୋଗଦେଇ ବିଭାଗୀୟ ଅଗ୍ରଗତି ସମ୍ବନ୍ଧରେ ଜିଲ୍ଳାପାଳଙ୍କୁ ଅବଗତ କରିଥିଲେ।
ଓଡ଼ିଶାର ସୀମାନ୍ତ ପଡୋଶୀ ଜିଲ୍ଲା ଗୁଡିକରୁ ପଙ୍ଗପାଳ ଆସିବା ଖବର ବର୍ତ୍ତମାନ ସୁଧା ଜଣାଇନାହାନ୍ତି ଓ ସେହି ଜିଲ୍ଲାର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ ରହିଥିବା ବୈଠକରେ ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ ୧୮୨ଟି ଗ୍ରା:ପ:ର ପ୍ରାୟ ୧୮୬୧୧ଜଣ ଚାଷୀଙ୍କୁ ଫୋନ ଓ ହ୍ବାଟ୍ସ ଆପ ମାଧ୍ୟମରେ ଜଣାଇଦିଆଯାଇଛି। କୃଷକ ମାନଙ୍କୁ ଲିଫ୍ଲେଟ ମାଧ୍ୟମରେ ସଚେତନ କରାଯାଇଛି ଯାହାଫଳରେ ପ୍ରାୟ ସମସ୍ତ ଚାଷୀ ଫସଲକୁ ଅମଳ କରିଥିବା ବେଳେ ୨୦ଶତକଡ଼ା ଅମଳ କରିବାର ଅଛି ।ବନ ବିଭାଗ ତରଫରୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତ ଥିବା କଥା ପ୍ରକାଶ କରିଥିଲେ । ମୁକାବିଲା ନିମନ୍ତେ କୀଟ ନାଶକ ବ୍ୟବସ୍ଥା କରିବାକୁ ଓ ସତର୍କ ରହିବା ପାଇଁ କୃଷି, ଉଦ୍ୟାନ ଓ ବନ ବିଭାଗ ଅଧିକାରୀ ମାନଙ୍କୁ ଜିଲ୍ଳାପାଳ ନିର୍ଦେଶ ଦେଇଛନ୍ତି ।