01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଇସ୍କନ ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର, ୪ଫୁଟ ଉଚ୍ଚରେ ଆତ୍ମହତ୍ୟା

ଭୁବନେଶ୍ବର:(ସଖପ୍ର) ରାଜଧାନୀରେ ଚାଞ୍ଚଲ୍ୟ । ଇସ୍କନ ମନ୍ଦିର ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମାତ୍ର 4 ଫୁଟ୍ ଉଚ୍ଚତାରେ ଝୁଲୁଥିବା ଏକ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ମନ୍ଦିର ରେସ୍ତୋରାଁରେ କାମ କରୁଥିବା ବାବୁ ସାହୁ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଶେରଗଡରେ ବୋଲି ଜଣାପଡିଛି ।

କ ଶୌଚାଳୟ ଘର କବାଟରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତଦେହଟି ମାତ୍ର 4 ଫୁଟ୍ ଉଚ୍ଚତାରେ ଝୁଲିଛି ।ବାବୁଙ୍କ ଏଭଳି ସନ୍ଦେହ ଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଏହାକୁ ଆତ୍ମହତ୍ୟା କରିଥିବା ବେଳେ ମୃତ୍ୟଦେହର ପାରିପାଶ୍ବିକ ସ୍ଥିତିକୁ ଦେଖି ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ ଶନିବାର 3ଟା ବେଳେ ଶେଷଥର ପାଇଁ ବାବୁଙ୍କୁ ଇସ୍କନ କର୍ମଚାରୀ ଦେଖିଥିବା କହିଛନ୍ତି । ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *