ଇମ୍ଫାରେ ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ପାଳିତ, ଥେରୁବାଲି
ରାୟଗଡା(ସଖପ୍ର):ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ଗତ ତା. ୦୪/୦୩/୨୦୨୨ ରିଖ ଠାରୁ ଆରମ୍ଭ ହୋଇଥିବା ୫୧ ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ତା ୧୦/୦୩/୨୦୨୨ ରିଖରେ ଉଦଯାପିତ ହୋଇ ଯାଇଅଛି । ଇମ୍ଫା ଥେରୁବାଲିର ଉପ-ସଭାପତି ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀମାନ କେ ଭି ରାଓଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମକୁ ଶ୍ରୀମାନ ରଞୀିତ କୁମାର ନାୟକ ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା ), ରାୟଗଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍ଦଘାଟନ ଉତ୍ସବରେ ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ରାମକୃଷ୍ଣ ତ୍ରୀପାଠୀ ଇଂରାଜୀ, ଉତ୍ପାଦନ ବିଭାଗର ଶ୍ରୀମାନ ମଦନ ମହାନ୍ତି ଓଡିଆରେ ଓ ବିଦ୍ଯୁତ ବିଭାଗର ଶ୍ରୀମାନ ରାଜେନ୍ଦ୍ର ସାହୁ ହିନ୍ଦୀରେ ଉପସ୍ଥିତ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଶପଥ ପାଠ କରାଇଥିଲେ । ଏହି ପରିପ୍ରେକ୍ଷିରେ ଇମ୍ଫାର ଉପ-ସଭାପତି (ନିର୍ମାଣ ଓ କାର୍ଯ୍ଯକାରୀ ନିର୍ବାହୀ ) ଶ୍ରୀମାନ କେ ଭେଙ୍କେଟଶ୍ବର ରାଓ , ସାମାନ୍ଯରୁ ସାମାନ୍ଯତମ ବିପଦ ସଙ୍କୁଳ ଘଟଣା ଓ ପରିସ୍ଥିତି ବିଷୟରେ ଦୃଷ୍ଟି ଦେଲେ ଏକ ଉନ୍ନତ ମାନର ସୁରକ୍ଷା ସଂସ୍କୃତିର ଉଦ୍ରେକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।
ଇମ୍ଫା ତରଫରୁ ନିଆ ଯାଉଥିବା ବିଭିନ୍ନ ପ୍ରକାର ସୁରକ୍ଷା ଅନୁକୂଳ. ପଦକ୍ଷେପ ଓ ସଚେତନତା ଯୋଗୁଁଁ ଛୋଟରୁ ଛୋଟ ଦୁର୍ଘଟଣାକୁ ମଧ୍ଯ ରୋକାଯାଇପାରିଛି । ଏହି ସବୁ ପଦକ୍ଷେପ ଯୋଗୁଁ ଆଗାମି ଦିନରେ ଇମ୍ଫା ଶୂନ୍ଯ ଦୁର୍ଘଟଣା ହାସଲର ଲକ୍ଷକୁ ପୁରଣ କରିପାରିବ ବୋଲି ମୁଖ୍ଯ ଅତିଥି ପ୍ରକାଶ କରିବା ସହ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଧନ୍ଯବାଦ ଜଣାଇ ଥିଲେ । ଚଳିତ ବର୍ଷର ବିଷୟବସ୍ତୁ “ସୁରକ୍ଷା ସଂସ୍କୃତିର ବିକାଶ ହେତୁ ଯୁବ ବର୍ଗକୁ ପ୍ରୋତ୍ସାହିତ କରନ୍ତୁ ” ପ୍ରତି ଦୃଷ୍ଟି ଦେଇ ନୁଆରେ ପ୍ରବେଶ କରୁଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଅଭ୍ଯାସ ଗୁଡିକୁ ପାଳନ କଲେ ଆଗାମୀ ଦିନରେ ସେମାନେ ସୁରକ୍ଷା ନେତୃତ୍ବ ନେବା ସହିତ ନିଜର ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ସହିତ କାରଖାନାରେ ସମ୍ପତ୍ତି ହାନିକୁ ରୋକୀ ପାରିବେ ।
ସପ୍ତାହବ୍ଯାପୀ ପାଳନ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସଚେତନତା ଓ ତାଲିମ କାର୍ଯ୍ଯକ୍ରମ ତଥା ସଡକ ସୁରକ୍ଷା, ବିଦ୍ୟୁତ୍ ସୁରକ୍ଷା, ଅଗ୍ନିକାଣ୍ଡ ଓ ନିର୍ବାପନ ସମ୍ବନ୍ଧୀୟ ସୁରକ୍ଷା କାର୍ଯ୍ଯକ୍ରମ କରା ଯାଇଥିଲା । ଉଦଯାପିତ ଦିବସ ଅବସରରେ କାରଖାନା ପରିସରରେ ଅଗ୍ନି ଜନିତ ଦୁର୍ଘଟଣା ଓ ତାର ନିରାକରଣ ପ୍ରସ୍ତୁତିର ପୂର୍ବାଭାଷ ଜନିତ ଏକ କାର୍ଯ୍ଯକ୍ରମ ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ଯକ୍ରମରେ ଶ୍ରୀମାନ ସ୍ବରୂପ କୁମାର ଜେନା ଉପ- ନିର୍ଦ୍ଦେଶକ (ବଷ୍ପୀୟ ଓ କାରଖାନା ) ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀମାନ ରଞୀତ କୁମାର ନାୟକ, ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା), ଶ୍ରୀମାନ ସଂଗ୍ରାମ ହାଂସଦା, ଜିଲ୍ଲା ଅଗ୍ନିଶମ ଅଧିକାରୀ ଏବଂ ଥେରୁବାଲି ଫାଣ୍ଡିର ସହକାରୀ ଅଧିକାରୀ ଶ୍ରୀମାନ ଟଙ୍କଧର ନାୟକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ । ଶ୍ରୀ ଅଶ୍ବୀନି କୁମାର ପୃଷ୍ଟି ବରିଷ୍ଠ ପରିଚାଳକ ଉତ୍ପାଦନ ବିଭାଗ , ଉତ୍ପାଦନ ପ୍ରଣାଳୀ ଓ ଏଥି ସହ ସଂଲଗ୍ନ ହୋଇଥିବା ବିପଦ ସଂକୁଳ ସ୍ଥାନ ବିଷୟରେ ଉପସ୍ଥିତ କର୍ମଚାରୀଙ୍କୁ ସଚେତନ କରାଇଥିଲେ । ଆୟୋଜିତ ହୋଇଥିବା ଏହି ମକ୍ ଡ୍ରିଲଟି ପ୍ରତ୍ଯେକ ବିଭାଗ ନିଜ ଭିତରେ ତାଳମେଳ ରଖି ସଠିକ୍ ଭାବରେ ପରିଚାଳିତ ହୋଇଥିବାରୁ ଉପସ୍ଥିତ ଅଧିକାରୀ ଗଣ ଇମ୍ଫାର ସମସ୍ତ କର୍ମଚାରୀଙ୍କୁ ଭୁୟଶି ପ୍ରଶଂସା କରିଥିଲେ ଏବଂ ସବୁବେଳେ ଏପରି ଅଭ୍ଯାସ ଜାରି ରଖିବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ ସପ୍ତାହ ବ୍ଯାପି ଆୟୋଜିତ ହୋଇଥିବା ସୁରକ୍ଷା ସମ୍ବନ୍ଧୀୟ ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଗଣ ପୁରସ୍କାର ବିତରଣ କରିଥିଲେ । ଶ୍ରୀମାନ ଆଶିଷ କୁମାର ରାଏ, ଉପ-ସଭାପତି (ନିର୍ମାଣ) କାର୍ଯ୍ଯକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଶ୍ରୀ କଲୋଲ କୁମାର ନାୟକ ଉପ-ମହାପ୍ରବନ୍ଧକ ମାନବ ସମ୍ବଳ ଓ ପ୍ରଶାସନ କାର୍ଯ୍ଯକ୍ରମଟି ସଫଳ ରୂପରେ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଜ୍ଞାପନ କରିଥିଲେ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ