November 18, 2025

Sabubarga Khabar

All category news

ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ନୂତନ ଓ ପୁରୁଣା ବସ୍ତ୍ର ବଣ୍ଟନ

ଭୁବନେଶ୍ୱର(ସଖପ୍ର): ଆଜି ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ସ୍ଥିତ ପାଣିଟାଙ୍କି ବସ୍ତି ଓ ନୀଳ ପଡିଆ ବସ୍ତି ଅଂଚଳରେ ନୂତନ ଓ କିଛି ପୁରୁଣା ବସ୍ତ୍ର ବଣ୍ଟନ କରା ଯାଇଛି। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର ଉପାଧ୍ୟକ୍ଷ ଓ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ ଦାଶ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ କରୋନା ମହାମାରୀ ସହିତ ଭୟଙ୍କର ବାତ୍ୟା ଓ ଏବେ ପ୍ରଳୟଙ୍କରୀ ବନ୍ୟା ସାରା ଓଡିଶାବାସୀଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି, କରୋନାର ଲକଡାଉନ ଓ ସଟଡାଉନ କାରଣରୁ ଭୁବନେଶ୍ୱରର ବସ୍ତି ମାନଙ୍କରେ ବସବାସ କରୁଥିବା ଲୋକ ମାନଙ୍କ ଅବସ୍ଥା ସାଙ୍ଘାତିକ ହେଇଯାଇଛି। ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆମେ ସରକାରଙ୍କର କରୋନା ନିୟମ ମାନି ନିୟମିତ ଭାବରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ ଜାରି ରଖିଛୁ। ଯାହାଦ୍ୱାରା ସେହି ଅସହାୟ ଲୋକ ମାନଙ୍କ ମନରେ ଟିକେ ହସ ଦେଖି ପାରିବୁ। ଆମ ଅନୁଷ୍ଠାନ ସଦା ସର୍ବଦା ଜାଗ୍ରତ ରହି ଏହିପରି ବିପଦ ସମୟରେ, ଅସହାୟ ମାନଙ୍କ ପାଖରେ ପହଂଚି ସେବା କାର୍ଯ୍ୟକ୍ରମ ଜାରି ରଖିଛି। ଆଜି ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ମାନେ ଭୁବନେଶ୍ୱରର ଦୁଇଟି ବସ୍ତିକୁ ଯାଇ କିଛି ନୂଆ ଓ ପୁରୁଣା ବସ୍ତ୍ର ବଣ୍ଟନ କରିବା ସହିତ ଆଗାମୀ ସାହାଯ୍ୟ ବିଷୟରେ ଆଲୋଚନା କରିଥିଲେ। ଆଜିର ଏହି କାଯ୍ୟକ୍ରମରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଶୁଭକାନ୍ତ ସାମଲ, ସଭାପତି ନାରାୟଣ ସ୍ୱାଇଁ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ମୁଖ୍ୟ ଉପଦେଷ୍ଟା ପ୍ରଦୀପ ପାତ୍ର, ସତ୍ୟ ରଞ୍ଜନ ସାହୁ, ବି ଶିବୁ ଆଚାର୍ଯ୍ୟ,  ଅବିନାଶ, ମୋନା ଦ୍ବିବେଦୀ, ଲଷ୍ମୀପ୍ରିୟା ବେହେରା, ଲିଳିମା ବେହେରାଙ୍କ ସହିତ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗଗନ ପଟେଲ, ନୀତେଶ, ବାବୁ, ପ୍ରୀତି ଓ ବବିତା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ଦୁଇଟି ବସ୍ତିର ବାସିନ୍ଦା ମାନେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ ଓ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ସାବାସୀ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.