ଆଶ୍ରୟ ସ୍ଥଳୀରୁ 19 ଜଣ ଶ୍ରମିକ ଚମ୍ପଟ ମାରିଲେ
ରାୟଗଡା:( ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଓଡିଶା ଆନ୍ଧ୍ର ସୀମାରେ କେରେଡା ଆଶ୍ରୟ ସ୍ଥଳୀରୁ ଗତ 22 ତାରିଖ ରାତ୍ର ସମୟରେ 19 ଜଣ ଶ୍ରମିକ ଆଶ୍ରୟ ସ୍ଥଳୀରୁ ଚମ୍ପଟ ମାରିଛନ୍ତି। ଏହି ମାନଙ୍କ ମଧ୍ୟରେ ପଞ୍ଜାବରେ 17 ଓ ଉତ୍ତର ପ୍ରଦେଶରେ 2ଜଣ ଶ୍ରମିକ ଅନ୍ତର୍ଭୁକ୍ତ ମାର୍ଚ୍ଚ 30ତାରିଖରେ ଏହି 19ଜଣ ଶ୍ରମିକ ମାନଙ୍କୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରୁ ଜ଼ିଲ୍ଲା ପ୍ରଶାସନ ଉଦ୍ଧାର କରି କ୍ଵାରେନଣ୍ଟାଇନରେ 14ଦିନ ପାଇଁ ରଖିଥିଲେ। 14ଦିନ କ୍ଵାରେନଣ୍ଟାଇନ ଶେଷ ପରେ ଏହି ଶ୍ରମିକ ମାନଙ୍କୁ କେରେଡା ହାଇ ସ୍କୁଲ ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା। ରାତ୍ରି ଭୋଜନ ସମାପ୍ତି କରି ଶୋଇଥିବା ସମୟରେ ଏହି ଶ୍ରମିକ ମାନେ ପଛ ପାର୍ଶ୍ୱ ଝରକା ଭାଂଗି ଫେରାର ହୋଇଯାଇଛନ୍ତି। ଏହି ଆଶ୍ରୟ ସ୍ଥଳୀ ଦାୟିତ୍ୱରେ ଥିବା ଶିକ୍ଷକ ସେଶଖାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇଁ ପି ଏ ଆଇ ଟି ଡ଼ି ଏ ଟୁକୁ ବାରିକ ବି ଡ଼ି ଓ ରାଜେନ୍ଦ୍ର ମାଝୀ ଏ ବି ଡ଼ି ଓ ନୃସିଂହ ଚରଣ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍କୁଲ ପଛ ପାର୍ଶ୍ୱରେ ଟ୍ରେନ ଲାଇନ ଯାଇଛି ତେଣୁକରି ଏହି ଶ୍ରମିକ ମାନେମାଲବାହୀ ଟ୍ରେନରେ ପଳେଇ ଯାଇଥିବା ଆଶଙ୍କା କରିଛି ପୋଲିସ। କେରେଡା ହେଉଛି ଓଡିଶା ଆନ୍ଧ୍ରରେ ସୀମାନ୍ତ ଏହାର ଚାରି ପାର୍ଶ୍ୱରେ ଜଙ୍ଗଲ ଗୋଟିଏ ପଟେ ଅନ୍ୟ ପଟେ ନଦୀ ଓ ଟ୍ରେନ ଲାଇନ ଅବସ୍ଥିତ। ତେଣୁକରି ଶ୍ରମିକ ମାନେ ପୋଲିସକୁ ଚକମା ଦେଇ ଅନାୟାସରେ ଓଡିଶାକୁ ଯିବା ଆସିବା କରିଥାନ୍ତି। ଏହା ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରୁଛି ଏହି 19 ଜଣ ଚମ୍ପଟ ଶ୍ରମିକଙ୍କ ବର୍ତ୍ତମାନ ସୁଦ୍ଧା କୋୖଣସି ଖୋଜ ଖବର ମିଳିନାହିଁ।