02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଶ୍ଚର୍ଯ୍ୟ ଲାଗିଲେ ବି ସତ; ପଥରରୁ ବାହାରୁଛି ଘଣ୍ଟ ଶବ୍ଦ

ଖୋର୍ଦ୍ଧା: ପଥରରୁ ବାହାରୁଛି ଘଣ୍ଟ ଶବ୍ଦ । ପଥରକୁ ପିଟିଲେ ଶୁଭୁଛି ଘଣ୍ଟ ବଜାଇବା ଭଳି ଆୱାଜ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟ ଘଣ୍ଟଶିଳା ପାହାଡର ବୋଲି ଜଣାପଡିଛି ।

ନୂଆବର୍ଷରେ କିଛି ଯୁବକ ଏହି ସ୍ଥାନକୁ ବୁଲିବାକୁ ଆସିଥିବାବେଳେ ଏକ ଛୋଟିଆ ପଥର ସାହାଯ୍ୟରେ ବଡ ପଥର ଖଣ୍ଡକୁ ବାଡେଇଥିଲେ । ଆଉ ଏହି ପଥରରୁ ଘଣ୍ଟ ପରି ଶବ୍ଦ ଶୁଣିବାକୁ ମିଳିଥିଲା । ଯାହା ଯୁବକଙ୍କୁ ଚକିତ କରଥିଲା ।
ଏପଟେ ଭିଡିଓ ଭାଇରାଲ ହେବା ପରେ ସେଠାରେ ଭିଡ ଜମିବାରେ ଲାଗିଛି । ତେବେ ପଥର ଖଣ୍ଡରୁ ଏଭଳି ଶବ୍ଦ ବାହାରିବା ଦୈବିଶକ୍ତି ନା ବିଜ୍ଞାନର କମାଲ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *