ଆର.ଗୁପ୍ତେଶ୍ଵର ରାଓଙ୍କ ବିୟୋଗ ପରେ ତାଙ୍କ ପରିବାରକୁ ସମେବେଦନା ଜଣାଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା ମାଥିଲି ପଂଚାୟତ ର ପୂର୍ବତନ ସରପଞ୍ଚ ତଥା ବିଜେଡି ଦଳର ଜଣେ ସକ୍ରିୟ କର୍ମୀ ତଥା ଉତ୍କଳମଣି ଗୋପବନ୍ଧୁ କଲେଜ ର ପ୍ରତିଷ୍ଠାତା ସଦସ୍ୟ ଆର.ଗୁପ୍ତେଶ୍ଵର ରାଓଙ୍କ ବିୟୋଗ ପରେ ତାଙ୍କ ପରିବାର କୁ ସମେବେଦନା ଜଣେଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ।ଆଜି ଶ୍ରୀ ମାଝୀ ତାଙ୍କ ଘରକୁ ଯାଇ ତାଙ୍କ ପରିବାର ସହ ମିସି ସମେବେଦନ। ଜଣେଇବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲେ।ଶ୍ରୀ ରାଓ ଙ୍କ ବିୟୋଗ ମାଥିଲି ବ୍ଲକ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ ପ୍ରକାଶ କରିଥିଲେ।ଶ୍ରୀ ରାଓ ଜଣେ ପରୋପକାରୀ,ସାହସୀ ଏବଂ ଲଢୁଆ ନେତା ସହ ସେ ଉତ୍କଳମଣି ଗୋପବନ୍ଧୁ କଲେଜ ର ସଭାପତି ମଧ୍ୟ ଥିଲେ।ଶ୍ରୀ ରାଓ ବିଜୁବାବୁଙ୍କ ଅମଳର ଜନତା ଦଳର ଜଣେ ନେତା ଭାବରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି |ସାଂସଦଙ୍କ ସମବେଦନା ଜଣାଇବାକୁ ଘର ଲୋକେ ଓ ଗ୍ରାମବାସୀ ପ୍ରଶଂସା କରିଛନ୍ତି |