03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆର୍ଥିକ କାରବାର ସଂସ୍ଥାଗୁଡିକରେ ବୁଲିଦେଖିଥିଲେ ଉପଜିଲ୍ଲାପାଳ

ରାୟଗଡା:- ତା-୨୧/୭-ରାୟଗଡା ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଳାପାଳ ରାୟଗଡ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ଆର୍ଥିକ କାରବାର କରୁଥିବା ସଂସ୍ଥା ଯଥା ଭାରତୀୟ ଜୀବନ ବୀମାର ରାୟଗଡା କାର୍ଯାଳୟ ଅଚାନକ ବୁଲିଦେଖିଥିଲେ। ସେଠାରେ ଗ୍ରାହକ ଓ କର୍ମଚାରୀଙ୍କ ନିମନ୍ତେ ସୁରକ୍ଷା ପଦ୍ଧକ୍ଷେପ କଣ ସବୁ ନିଆଯାଇଛି, ତାହା ଦାୟୀତ୍ବରେ ଥିବା ଆଧିକାରୀଙ୍କ ସହ ଆଲୋଚନା କରିଥିଲେ । ସବୁଦିନ ନିୟମିତ ବିଶୋଧକ ପଦାର୍ଥରେ ବିଶୋଧନ କରିବା ପାଇଁ ଶାଖା ପ୍ରବନ୍ଧକଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ସ୍ଥାନୀୟ ନିୟୁ କଲୋନୀ ସ୍ଥିତ ଏଚ.ଡ଼ି.ଏଫ .ସି ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କ ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟ ଶାଖା ପ୍ରବନ୍ଧକ ମାନଂକ ସହିତ କୋଭିଡ଼ ପାଇଁ କଣସବୁ ସୁରକ୍ଷା ପଦକ୍ଷେପ ନେଇଛନ୍ତି ତାହା ସଂପୃକ୍ତ ବ୍ୟାଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସବୁଦିନ ମାସ୍କ ବ୍ୟବହାର, ହେଣ୍ଡ ସାନିଟାଇଜେର ବ୍ୟବହାର କରିବାକୁ ଏବଂ ଗ୍ରାହକ ମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ପରାମର୍ଶ ଦେଲେ। କେତେକାଂଶରେ ସାନିଟାଇଜେସନ ଉପରେ ଗୁରୁତ୍ୱ ଦେଉନଥିବା ଦୃଷ୍ଟି ଗୋଚର ହେଇଥିଲା । ସବୁଦିନ ନିୟମିତ ବିଶୋଧନ କରିବାକୁ କହିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *