06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆର୍ ଏସ୍ଏସ୍ ର ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ

ଜୟପୁର,୯/୬: ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅରବିନ୍ଦ ନଗର ବିଦ୍ୟାମନ୍ଦିର ଠାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ କରିଛି।ସଂଘର ଛଅ ଗୋଟି ବିଶେଷ ଉତ୍ସବ ମଧ୍ୟରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ମଧ୍ୟ ଏକ ଅନ୍ୟତମ ଦିବସ। ଆଜି ଦିନରେ ୩୫୧ ବର୍ଷ ପୂର୍ବେ ମରାଠା ସମ୍ରାଟ ଛତ୍ରପତି ଶ୍ରୀ ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଏହି ଦିନକୁ ଅଖଣ୍ଡ ଭାରତକୁ ହିନ୍ଦୁ ସାମ୍ରାଜ୍ୟ ଘୋଷଣା କରାଯାଇଥିଲା। ଏହି ଦିବସଟିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ହେବା ଦିନଠାରୁ ହିନ୍ଦୁ ମାନଙ୍କ ସହ ଏହି ଦିବସକୁ ହିନ୍ଦୁ ସାମ୍ରାଜ୍ୟ ଦିବସ ଭାବେ ପାଳନ କରିଆସୁଛି। ଦିବସ ପାଳନ ଜୟପୁର ନଗର କାର୍ଯ୍ୟବାହ ଡ.ମନୋରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ ସାମ୍ରାଜ୍ୟ ଦିବସର ପ୍ରେରଣା ଦାୟକ ଛତ୍ରପତି ଶ୍ରୀ ଶିବାଜୀ ମହାରାଜଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଦେବାପରେ ସାମୁହିକ ଗୀତ ପରେ ଧ୍ଵଜା ରୋପଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରତାପ ଚନ୍ଦ୍ର ବେହେରା ଜୟପୁର ବନ ଖଣ୍ଡିୟ ଅଧିକାରୀ ମୁଖ୍ୟ ବକ୍ତା, ରାଜେନ୍ଦ୍ର କୁମାର ବିଶୋଇ ନବରଙ୍ଗପୁର ନଗର ସଂଘ ଚାଳକ, ପ୍ରେମାନନ୍ଦ ନାୟକ ସହ ନଗର ସଂଘ ଚାଳକ ମଞ୍ଚାଷିନ ଥିଲେ। ବ୍ୟକ୍ତିଗତ ଗୀତ ସୁରେଶ ନନ୍ଦ, ଅମୃତ ବଚନ ଗଙ୍ଗାଧର ନାୟକ,ମୁଖ୍ୟ ଶିକ୍ଷକ ସୁବ୍ରତ ପଣ୍ଡା ରହିଥିବା ବେଳେ ସଙ୍ଘ ପ୍ରାର୍ଥନା ବିଷ୍ଣୁ ପ୍ରସାଦ ସାହୁ ଗାନ କରିଥିଲେ। ନଗର ସଂଘ ଚାଳକ ଏବଂ ମୁଖ୍ୟ ବକ୍ତା ଭାବେ ଜୟପୁର ନଗର କାର୍ଯ୍ୟବାହ ଉପସ୍ଥିତ ଥିବା ସ୍ୱୟଂସେବକ ଏବଂ ନଗରର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *