ଆମ ସାହିତ୍ୟ ପରିବାର ତରଫରୁ କବିତା ଆସର ଅନୁଷ୍ଠିତ
ବାଲେଶ୍ଵର,୨୪/୨– ଯାଜପୁର ଜିଲ୍ଲା ବ୍ଯାସନଗରଠାରେ ୨୦୧୯ ମସିହାରେ ସମ୍ପାଦକ ସରୋଜ ଶତପଥୀଙ୍କ ଦ୍ବାରା ଗଢିଉଠିଥିବା ଆମ ସାହିତ୍ୟ ପରିବାର, ବ୍ଯାସନଗରର ପ୍ରଥମ ବାର୍ଷିକ ସ୍ବନକ୍ଷତ୍ର ଉତ୍ସବ ଓ କବିତା ଆସର ଯାଜପୁର ରୋଡସ୍ଥିତ ବ୍ଯାସନଗର ଟାଉନହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୀନା ମହାପାତ୍ର, ମାଙ୍ଗଳିକା ଦାସ ଓ ସନ୍ଧ୍ୟାରାଣୀ ଘଡାଇଙ୍କ କବିତା ସଂଯୋଜନା କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ତଥା କବି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ନିଜର ସ୍ବରଚିତ କବିତା(ସ୍ବପ୍ନ) ପାଠ କରି ପ୍ରଶଂସାପତ୍ର ପାଇ ବାଲେଶ୍ଵର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ମାନେ ମଧ୍ୟ ଯୋଗଦେଇ କବିତା ପାଠକରି ପ୍ରଶଂସାପତ୍ର ପାଇବା ସହିତ କେତେକ ସମ୍ବର୍ଦ୍ଧିତ ବି ହୋଇଛନ୍ତି । ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠାର ସଂଯୋଗୀ ସଜଫୁଲ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ, ଶିକ୍ଷକ ତଥା କବି ବାବୁଲାଲ ପଲେଇଙ୍କ ସମେତ, ବିଭିନ୍ନ ସ୍ଥାନରୁ ଆସିଥିବା କବି କବୟିତ୍ରୀ ମାନଙ୍କ ମଧ୍ୟରୁ ରାଜୀବ ଲୋଚନ ସାହୁ, ଦୟାନିଧି ଦାସ,ଧରିତ୍ରୀ ଦାସ,ଗୁଣନିଧି ଗୁରୁ,ସୁକର୍ଣ୍ଣ ରାଉତ,ଶରତ ଦାସ,ଆସିମା ମିର୍ଜା,ଅନିନ୍ଦିତା ଦାସ, ରବୀନ୍ଦ୍ର କୁମାର ସାହୁ,ଅପର୍ଣ୍ଣା ମିଶ୍ର ଓ ବ୍ଯଙ୍ଗକବି ପ୍ରତାପରଶ୍ମି ନାୟକଙ୍କ ସମେତ ପ୍ରାୟ ୨୦୦ ଶହରୁ ଉର୍ଦ୍ଧ୍ବ କଵି କବୟିତ୍ରୀମାନେ ଯୋଗଦେଇ ନିଜ ନିଜର ସ୍ବରଚିତ କବିତା ପାଠକରି ପ୍ରଶଂସାପତ୍ର ହାସଲ କରିଛନ୍ତି । ସେହିପରି ଦ୍ବିତୀୟ ଅଧିବେଶନରେ ବିଭିନ୍ନ ମଞ୍ଚାସୀନ ଅତିଥିମାନଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ପରିବାର ସଭ୍ଯା ମଧୁସ୍ମିତା ନାୟକଙ୍କ ସହିତ ସୁଜିତ୍ ମଲ୍ଲିକ, ପ୍ରସନ୍ନ ପରିଜା,ଅଲେଖ ମହାରଣା, ଅଶାନ୍ତି ସାମଲ, ମହେଶ୍ୱର ନାୟକଙ୍କ ସମେତ ପରିବାରର ସମସ୍ତ ସଭ୍ଯା/ ସଭ୍ଯମାନେ ସହଯୋଗ କରିଥିଲେ ।
ବାଲେଶ୍ଵରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ