“ଆମ ଓଡ଼ିଶା ନବୀନ ଓଡ଼ିଶା” ରୂପରେଖ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗିରକାନ ପାଲି, ଉଣ୍ଡୁରୁ କୋଣ୍ଡା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ରୂପରେଖ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି l ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ତଥା ଜୋନ କୋଡିନେଟର ଆଡମା ରାବା ଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ ପଡିଆ ବ୍ଲକ ଅଧକ୍ଷା ଯମୁନା ମୁଚକି, ଜିଲ୍ଲା ମହିଳା ଜନତା ଦଳ ପର୍ଜବେକ୍ଷକ ଲୋରା ମହାପାତ୍ର, ମହିଳା ଜନତା ଦଳ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ସି ଏଚ ରବି କୁମାର, ଏମ ଡି ଫାରୁକ୍, ସୁରଭି ଭୌମିକ, ଜୋନ ସଭାପତି ମେସାକ ରବି ମାଦ୍ରି ପ୍ରମୁଖ ଯୋଗ ଦେଇଥିଲେ l ଏଇ ବୈଠକ ଆୟୋଜନ କରାଯିବାର ମୁଖ୍ୟତଃ ଏହି ଯୋଜନାରେ ରାଜ୍ୟ ସରକାର ପ୍ରତିଟି ପଞ୍ଚାୟତର ଉନ୍ନତି ପାଇଁ ୫୦ ଲକ୍ଷ୍ୟ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ଜନପ୍ରତିନିଧି ମାନେ ନିଜ ନିଜର ଅଞ୍ଚଳ ଓ ପଞ୍ଚାୟତର ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରିବେ ଏବଂ ସେହି ଅର୍ଥକୁ ପଞ୍ଚାୟତର ବିକାଶରେ ଖର୍ଚ୍ଚ କରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ଦେବା ଦେବୀ ମନ୍ଦିର ଗୁଡିକର ଐତ୍ୟାହ ସୁରକ୍ଷା ପାଇଁ ୧୦ ଲକ୍ଷ୍ୟ ବ୍ୟୟ କରାଯିବ ସେହି ପରି ରାସ୍ତା ନିର୍ମାଣ, କ୍ରୀଡା ଭି୍ତିଭୂମି ବିଦ୍ୟାଳୟର ଡିଜିଟାଇଜେସନ୍ କୋଠା ଘର ମହିଳା ସଶକ୍ତିକରଣ ଓ ମସଜିଦ ,ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଗୁଡିକ ଉନ୍ନତିକରଣ ଲାଗି ନିର୍ଦ୍ଦେଶ ରହିଛି ଆଜି ଗୀର୍କନ୍ ପାଲି, ଉଣ୍ଡୁରୁ କୁଣ୍ଡା ଓ ପଡିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ରୂପରେଖ ପ୍ରସ୍ତୁତ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ