November 18, 2025

Sabubarga Khabar

All category news

ଆମ୍ବେଦକର ଯୁବକସଂଘ ଓ ବିଏସପି ଜିଲ୍ଲା ସଭାପତି ନାରାୟଣ ବେସ୍ରା ମିଶି ରିଲିଫ ବାଣ୍ଟିଲେ

ବରଗଡ:(ସଖପ୍ର) ସୋହେଲା ବ୍ଳକ୍ ଅନ୍ତର୍ଗତ ଇଚ୍ଛାପାଲି ଗ୍ରାମର ଗଣ୍ଡାପଡାରେ ଗଣ୍ଡା ସଂପ୍ରଦାୟର ୬୦ ଘର ପରିବାର ବସବାସ କରନ୍ତି। ସମସ୍ତ ପରିବାର ଭୂମିହିନ ଦିନ ମଜୁରିଆ ଅଟନ୍ତି। ଗତ ତା ୨୫,୦୩,୨୦୨୦ରୁ ସାରା ଭାରତ ବର୍ଷରେ କରୋନା ଭୂତାଣୁ ସଂକ୍ରମଣ ଭୟରେ ସରକାର ଲକଡାଉନ କରିଥିବା କାରଣରୁ ଏହି ଦିନ ମଜୁରିଆ ପରିବାରମାନେ ଚାରିପାଞ୍ଚ ଦିନରୁ ଭୋକ ଉପାସରେ ଛଟପଟ ହେଉଥିଲେ। ଆଜକୁ ଦୀର୍ଘ ୯ ଦିନ ହେଲା ସରକାରଙ୍କ କୌଣସି ସହଯୋଗ ଲୋକଙ୍କ ଠାରେ ପହଞ୍ଚି ନ ଥିବାରୁ ବହୁତ ସମସ୍ୟାରେ ପରିବାର ମାନେ ଜୀବନ ବିତାଉଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ଦେଖି ପଡାର ସାମୁହିକ ପାଣ୍ଠିରୁ ସମସ୍ତ ପରିବାରକୁ ରିଲିଫ୍ ଦେବାପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା । ଏଣୁ ପଡାର ପାଣ୍ଠିକୁ ନେଇ ସ୍ଥାନୀୟ ଆମ୍ବେଦକର ଯୁବକ ସଂଘର କର୍ମକର୍ତ୍ତା ଓ ଜିଲ୍ଲା ବିଏସପି ସଭାପତି ନାରାୟଣ ବେସ୍ରା ଙ୍କ ନେତୃତ୍ଵରେ ସମସ୍ତ ପଡାର ୬୦ଟି ପରିବାରଙ୍କୁ ପରିବାର ପ୍ରତି ୧୨୦୦ ଟଙ୍କାର ରାସନ୍ ସାମଗ୍ରୀ ରିଲିଫ୍ ଆକାରରେ ଆଜି ତା୦୩,୦୪,୨୦୨୦ରିଖ ମଧ୍ୟାହ୍ନରେ ଘର ଘର ବୁଲି ପ୍ରଦାନ କରାଗଲା।
ରିଲିଫ୍ ସାମଗ୍ରୀ :-
୧-ଚାଉଳ ୧୦ କେଜି,୨-ମୁଗ ୩ କେଜି, ୩- ଆଳୁ ୩ କେଜି, ୪-ପିଆଜ ୨- କେଜି, ୫-ତେଳ ୧ ଲିଟର, ୬- କାବଲି ଚଣା ୧ କେଜି, ୭-ଚିନି ୧ କେଜି, ୮-ଚୁଡା ୧ କେଜି,୯-ଲୁଣ ୧କେଜି, ୧୦- ଚା ୧୦୦ ଗ୍ରାମ, ୧୧-ହଳଦୀ ୧୦୦ଗ୍ରାମ, ୧୨-ଲୁଣ ୧ କେଜି ସହିତ ପରିବାର ପ୍ରତି ୨୦୦ ଟଙ୍କା ଲେଖାଏଁ ପନିପରିବା କିଣା ଖର୍ଚ୍ଚ ଦିଆଗଲା।
ଦେବାର୍ଚ୍ଚନ ନନ୍ଦ, ମନୋରଞ୍ଜନ ବାଗ୍, ସଦାନନ୍ଦ ମହାନନ୍ଦ, ବିକ୍ରମ ମହାନନ୍ଦ, ବୁଲୁ ବାଗ୍, ଗୁଣମନ୍ତ ବାଗ୍, ଉପେନ୍ଦ୍ର ମହାନନ୍ଦ, ମନୋଜ ନନ୍ଦଙ୍କ ଉପସ୍ଥିତିରେ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.