01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆମେରିକାରୁ ରିପର୍‌ ଡ୍ରୋନ୍‌ ଆଣିବ ଭାରତ! ନିପାତ ହେବେ ପାକିସ୍ତାନରେ ଲୁଚିଥିବା ମୋଷ୍ଟ ୱାଣ୍ଟେଡ ଆତଙ୍କୀ

ନୂଆଦିଲ୍ଲୀ ୧୫/୨: ଆମେରିକା ଗତ ଜାନୁଆରୀ ୩ ତାରିଖରେ ବାଗଦାଦ ବିମାନବନ୍ଦର ନିକଟରେ ଇରାନର ତୁଙ୍ଗ ସେନା କମାଣ୍ଡର ଜେନେରାଲ କାସିମ ସୁଲେମାନିଙ୍କୁ ଡ୍ରୋନ ଆକ୍ରମଣରେ ହତ୍ୟା କରିଥିଲା । ଆମେରିକା ଅଭିଯୋଗ କରିଥିଲା ସୁଲେମାନି ଇରାକ୍‌ ଓ ଆଫଗାନିସ୍ତାନ ସମେତ ଅନ୍ୟ ଦେଶରେ ଥିବା ଆମେରିକା ସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲେଏବଂ ଆହୁରି ମଧ୍ୟ ଯୋଜନା କରିଥିଲେ । ଏଥିପାଇଁ ଆମେରିକା ବାୟୁସେନା ବ୍ୟବହାର କରିଥିଲା ଅତ୍ୟାଧୁନିକ ଘାତକ ଏମ୍‌କ୍ୟୁ-୯ ରିପର ଡ୍ରୋନ୍‌ । ଏଥିରେ ମିସାଇଲ ସଂଯୋଗ କରାଯାଇଥିଲା ଏବଂ ଏହା ଭୂ-ପୃଷ୍ଠରେ ଥିବା କେନ୍ଦ୍ରରୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ପରିଚାଳିତ ହୋଇଥିଲା ।
ଆମେରିକା ବର୍ତ୍ତମାନ ପ୍ରାୟ ୨୦୦ରୁ ଅଧିକ ଏଭଳି ଡ୍ରୋନ ବ୍ୟବହାର କରୁଛି । ପୂର୍ବରୁ ଆମେରିକା ବ୍ୟବହାର କରୁଥିବା ଏମ୍‌କ୍ୟୁ-୯ ପ୍ରିଡେଟର ଡ୍ରୋନ ଠାରୁ ଏହା ଅଧିକ ଘାତକ । ଆମେରିକା ଠାରୁ ଏଭଳି ଡ୍ରୋନ ଓ ପ୍ରଯୁକ୍ତି କୌଶଳ ହାତେଇବା ଲାଗି ଭାରତ ଯୋଜନା କରିଛି । ଆସନ୍ତା ୨୪-୨୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ । ଭାରତ ଏଭଳି ଡ୍ରୋନ ଆଣିବାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନରେ ଥିବା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଏହି ଡ୍ରୋନ ଦ୍ୱାରା ନିପାତ କରିବା । ଏହି ଡ୍ରୋନ ସହଜରେ କୌଣସି ଦେଶ ଭିତରକୁ ପ୍ରବେଶ କରିବା ସହ ଟାର୍ଗେଟକୁ ଉପଯୁକ୍ତ ଭାବେ ଧ୍ୱଂସ କରିବାରେ ସକ୍ଷମ ହୋଇପାରିବ ।
ଯେଭଳି ଇରାନର ସେନା କମାଣ୍ଡର ସୁଲେମାନିଙ୍କୁ ହତ୍ୟା କରାଯାଇଥିଲା । ଭାରତରେ ବହୁ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ହାଫିଜ ମହମ୍ମଦ ସୟିଦ ଓ ମାସୁଦ ଆଝାର ଭଳି କୁଖ୍ୟାତ ଆତଙ୍କୀମାନେ ପାକିସ୍ତାନରେ ନିର୍ଭୟରେ ବିଚରଣ କରୁଛନ୍ତି । ସେମାନେ ଭାରତ ବିରୋଧରେ ଲଗାତାର ଭାବେ ବିଷମଞ୍ଜି ବୁଣିବାରେ ଲାଗିଛନ୍ତି । ତେଣୁ ସେମାନଙ୍କୁ ଟାର୍ଗେଟ କରି ହତ୍ୟା କରିବା ଲାଗି ଭାରତ ଏଭଳି ଡ୍ରୋନ ଆଣିବାକୁ ଚାହୁଁଛି । ତା’ଛଡା ଭାରତ ପୂର୍ବରୁ ସୀମାପାର କରି ପାକିସ୍ତାନ ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ୍‌ କରିସାରିଥିବାରୁ ଭାରତୀୟ ସେନା ପାଇଁ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିବା ସେଭଳି ବଡ କଥା ହେବ ନାହିଁ ବୋଲି ବିବେଚନା କରାଯାଉଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *